This yearly rashifal is based on the Moon Sign, i.e. JANMA RASHI in your horoscope, based on the Indian Vedic Astrology. If you don't know your 'Moon Sign', get it for FREE. You need to mail me your birth details (Name, Date of Birth, Time of Birth, Place of Birth) at info@jivanachakra.com

ଚଳିତ ନବବର୍ଷ ଆରମ୍ଭରୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦୟାରୁ ସମସ୍ତେ ସୁସ୍ଥ ସବଳ ହୋଇ ଜୀବନ ଯାପନ କରନ୍ତୁ। ନୂତନ ବର୍ଷ ସମସ୍ତଙ୍କୁ ନୂତନ ଆଶା ଓ ବିଶ୍ୱାସରେ ଭରି ଦେଉ । ସମସ୍ତଙ୍କ ମନରେ ଦେବତା ଓ ଦେଶ ପ୍ରତି ପ୍ରୀତି ଜାଗ୍ରତ ହେଉ। ସତ୍ୟ, ସ୍ନେହ, ସହାନୁଭୁତି, ଦୟା ସମସ୍ତଙ୍କ ମନରେ ପୂର୍ଣ୍ଣ ମାତ୍ରାରେ ରହୁ। ପ୍ରତେକ ବ୍ୟକ୍ତି ମଙ୍ଗଳ ମୟ ଜୀବନ ଉପଭୋଗ କରନ୍ତୁ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ଏହା ହିଁ ନୀଳାଦ୍ରି ବିହାରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା, ଶ୍ରୀ ଶୁଭମସ୍ତୁ।

:: ଶ୍ରୀ ଶ୍ରୀ ଗୁରୁଦେବାୟ ନମଃ ::

ପୌଷ ମାସ ଶୁକ୍ଲପକ୍ଷ

ମେଷ:

Aries
ରାଶି ଚିହ୍ନ: ମେଣ୍ଢା ରବି: ପ୍ରାଣ
କ୍ଷେତ୍ର: ମଙ୍ଗଳ ଚନ୍ଦ୍ର: ମନ
ତତ୍ତ୍ଵ: ଅଗ୍ନି ବୁଧ: ବୁଦ୍ଧି
ନାଡୀ: ପିତ୍ତ ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 1,2,3 ଶନି: କର୍ମ
ନାମ ଅକ୍ଷର: ଚୁ, ଚେ, ଚୋ,ଲା, ଲି
ଶୁଭ ବାର: ସୋମବାର, ମଙ୍ଗଳବାର, ଗୁରୁବାର
ଶୁଭ ତିଥି: ଦ୍ଵିତୀୟା, ସପ୍ତମୀ, ଚତୁର୍ଦ୍ଦଶୀ
ଶୁଭ ରତ୍ନ: ରକ୍ତ ପ୍ରବାଳ
ଶୁଭ ରଙ୍ଗ: ନାଲି

ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୬ ବର୍ଷ ସଂପୂର୍ଣ୍ଣ ଶୁଭ ହେଉ ନାହିଁ।ଶନି ସପ୍ତା, କେତୁଙ୍କର କୁ ପ୍ରଭାବ ଯୋଗୁ ବର୍ଷ ସାରା ଶୁଭ, ଅଶୁଭ ମିଶ୍ର ଫଳ ଲାଭ ହୋଇବ। ସବୁ ସମୟରେ ଦୈନଦିନ ଜୀବନରେ ସଂଘର୍ଷର ସମୁଖୀନ ହେବାକୁ ପଡିବ। ବର୍ଷ ଆରମ୍ଭ ଠାରୁ ପାଞ୍ଚ ମାସ ପର୍ଯ୍ୟନ୍ତ ବୃହସ୍ପତି ମଧ୍ୟମ , ରାହୁ କେତୁଙ୍କର ମଧ୍ୟମ ସ୍ଥିତି ଯୋଗୁ ମଧ୍ୟମ ଫଳ ଲାଭ ହୋଇବ। ପରିବାରରେ ହେଉଥିବା ଶୁଭ କର୍ମରେ ବ୍ୟାଘାତ ଉତ୍ପନ୍ନ ହୋଇବ। ଧର୍ମ କାର୍ଯ୍ୟରେ ଅର୍ଥ ବ୍ୟୟ ହୋଇବ। ଭାଇମାନେ ଜମି ବାଡିକୁ କେନ୍ଦ୍ର କରି କଳହ ଉତ୍ପନ୍ନ କରାଇବେ। ଥାନା, କୋର୍ଟ କଚେରୀର ଦ୍ଵାରସ୍ଥ ହେବାକୁ ପଡିପାରେ। ବର୍ଷର ମଧ୍ୟ ଭାଗ ପର୍ଯ୍ୟନ୍ତ ସ୍ତ୍ରୀଙ୍କର ସହଯୋଗ ଲାଭ କରିପାରିବେ। ପରିବାରରେ ମଧ୍ୟମ ଧରଣର ଶାନ୍ତି ବଜାୟ ରହିବ। ପରିବାରର ଆବଶ୍ୟକତା ବୃଦ୍ଧି ପାଇବ।

ସ୍ୱାସ୍ଥ୍ୟ: ମେଷ ରାଶିର ଚଳିତ ବର୍ଷ ସ୍ୱାସ୍ଥ୍ୟ ଦିଗରେ ଉତଥାନ ପତନ ଦେଖାଦେବ। ମାନସିକ ଚିନ୍ତା ବୃଦ୍ଧି ପାଇବ। ହଜମରେ ସମସ୍ଯା, ପେଟ ଟଣା, ଥଣ୍ଡା, କାଶ ଆଦି ଛୋଟ ମୋଟ ରୋଗ ପୀଡା ଦେଖାଦେବ। ମୁଣ୍ଡ ବିନ୍ଧାରେ କଷ୍ଟ ଭୋଗିବାକୁ ପଡିପାରେ।

ପାରିବାରିକ ସ୍ଥିତି: ମେଷ ରାଶିର ଚଳିତ ବର୍ଷ ପାରିବାରିକ ସ୍ଥିତି ପ୍ରଥମ ଭାଗରେ ଠିକ ରହିବ। ଦିତୀୟାର୍ଦ୍ଧରେ ଜଞ୍ଜାଳ ବୃଦ୍ଧି ପାଇବ। ବନ୍ଧୁ ବାନ୍ଧବଙ୍କର ଶୁଭ କର୍ମରେ ଅର୍ଥ ଖର୍ଚ୍ଚ ହୋଇବ। ପିଲାମାନଙ୍କର ଭବିଷ୍ୟତ ଓ ପଢାପଢିକୁ କେନ୍ଦ୍ର କରି ବ୍ୟସ୍ତ ରହିବେ।ପୁତ୍ର ସନ୍ତାନ ଥିବା ବ୍ୟକ୍ତି ମାନେ ସେମାନଙ୍କର ସନ୍ତାନଙ୍କର ଜିଦି ପୂରଣ କରିବା ପାଇଁ ଆର୍ଥିକ ଅସୁବିଧାର ସମୁଖୀନ ହୋଇପାରନ୍ତି। ବିଦ୍ୟାରେ ସନ୍ତାନ ମାନେ ଭଲ ପ୍ରଦର୍ଶନ କରିବେ ନାହିଁ। ଜ୍ଞାନ ଅର୍ଜନରେ ବାଧା ଉତ୍ପନ୍ନ ହୋଇବ।

କର୍ମ ବା ଚାକିରୀ: ମେଷ ରାଶିର ବ୍ୟକ୍ତି ମାନେ ଚଳିତ ବର୍ଷ ଚାକିରୀ କ୍ଷେତ୍ରରେ ଶତ୍ରୁମାନଙ୍କ ଦ୍ଵାରା ପୀଡିତ ହୋଇବେ। କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ମାନେ ଈର୍ଷା ପରାୟଣ ହୋଇ ଉନ୍ନତିରେ ବାଧା ଉତ୍ପନ୍ନ କରିବେ। ସ୍ଥାନନ୍ତରଣର ଯୋଗ ମଧ୍ୟ ରହିଛି।

ବ୍ୟବସାୟ: ମେଷ ରାଶିର ବ୍ୟକ୍ତି ମାନଙ୍କର ଚଳିତ ବର୍ଷ ବ୍ୟବସାୟରେ ବର୍ଷର ପ୍ରଥମ ଓ ଶେଷ ଭାଗରେ ଭଲ ଲାଭ ପାଇପାରିବେ। ବର୍ଷର ମଧ୍ୟ ଭାଗରେ ଆର୍ଥିକ କ୍ଷତିର ସମୁଖୀନ ହେବାକୁ ପଡିପାରେ। ଠକାମିର ଶିକାର ହୋଇପାରନ୍ତି। ଅଧିକ ପରିଶ୍ରମର ଫଳ କମ ପ୍ରାପ୍ତ ହୋଇବ।

ପ୍ରତିକାର:

  1. ମଙ୍ଗଳବାର ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠ କରିବେ।
  2. ଗଣେଶଙ୍କ ଉପରେ ଶୁକ୍ଳ ଚତୁର୍ଥୀରେ ୨୧ଟି ଦୁବ ଚଢାଇବେ।

ବୃଷ:

TAURUS
ରାଶି ଚିହ୍ନ: ଷଣ୍ଢ ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ପୃଥିବୀ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 3, 4, 5 ଶନି କର୍ମ
ନାମ ଅକ୍ଷର: ଇ, ଉ, ଏ, ଓ, ବା, ବି
ଶୁଭ ବାର: ବୁଧବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ଦ୍ଵାଦଶୀ, ତ୍ରୟୋଦଶୀ
ଶୁଭ ରତ୍ନ: ହୀରା
ଶୁଭ ରଙ୍ଗ: ଧଳା

ଚଳିତ ବର୍ଷ ବୃଷ ରାଶିରେ ପ୍ରାୟ ବୃହସ୍ପତି ଶୁଭ ସ୍ଥିତିରେ ରହୁଥିବାରୁ ଆର୍ଥିକ ସ୍ଥିତି ଠିକ ରହିବ। ବର୍ଷ ସାରା ଶନି ୧୧ ଶ ଗୃହରେ ଶୁଭ ରହୁଥିବାରୁ କର୍ମ ଦିଗରେ ଶୁଭ। ୧୦ ମ ଭାବରେ ରାହୁ ଚଳନରେ ଥିବାରୁ ସମସ୍ତଙ୍କୁ ଅଧିନସ୍ଥ କରିପାରିବେ। ଏ ବର୍ଷରେ କେତୁ ବୃଷ ରାଶିକୁ ଅଶୁଭ ଫଳ ପ୍ରଦାନ କରୁଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ଯା ରହିବ।

ସ୍ୱାସ୍ଥ୍ୟ: ଚଳିତ ବର୍ଷ ଆରମ୍ଭରୁ ଲଗ୍ନାଧିପତି ୮ମ ଭାବରେ ଲଗ୍ନରେ ଚନ୍ଦ୍ର ଗୋଚର କରିବେ। ବର୍ଷ ଆରମ୍ଭରୁ ଥଣ୍ଡା, ଜ୍ଵର, କାଶ, ଶ୍ଵାସ ଆଦି ଶାରୀରିକ ସମସ୍ଯା ଦେଖାଦେବ। ଗାଇନିକ ସମସ୍ୟାର ସମୁଖୀନ ହୋଇବେ। ଦେହ ହାତ ବିନ୍ଧା, ଆଁଠୁ ଜନିତ ସମସ୍ଯା ଦେଖାଦେବ।

ପାରିବାରିକ ସ୍ଥିତି: ବୃଷ ରାଶିର ବ୍ୟକ୍ତିମାନଙ୍କର ଚଳିତ ବର୍ଷ ପାରିବାରିକ ସ୍ଥିତି ଠିକ ରହିବ। କର୍ମରେ ଉନ୍ନତି, ପରିବାରରେ ଶାନ୍ତି , ଗୃହକୁ ନେଇ ବିବାଦ ଦେଖାଦେବ। ପରିବାର ସଦସ୍ୟ ମାନଙ୍କଠାରୁ ଆଶାନୁପାତିକ ସାହାଯ୍ୟ ପାଇବାରେ ବିଳମ୍ବ ହେଲେ ମଧ୍ୟ ସାହାଯ୍ୟ ପ୍ରାପ୍ତ କରିପାରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମାପନ ହୋଇବ। ବୃଷ ରାଶିର ଯେଉଁ ବ୍ୟକ୍ତି ମାନଙ୍କର ବିବାହ ସମୟ ହୋଇଛି, ସେମାନଙ୍କର ବିବାହ ପାଇଁ ଉପଯୁକ୍ତ ସମୟ ରହିଛି। ନିଜର କର୍ମ କୌଶଳତା ଯୋଗୁ ପରିବାରର ସଦସ୍ୟ ମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିପାରିବେ। ଭୂମି, ଗୃହ, ଯାନବାହାନକୁ ନେଇ କେତେକ ସମସ୍ୟାର ସମୁଖୀନ ହୋଇବେ।

କର୍ମ ବା ଚାକିରୀ: ବର୍ଷ ଆରମ୍ଭରୁ କର୍ମ ଦିଗରେ ମନ ବଳିବ ନାହିଁ । ମନରେ ନୈରାଶ୍ୟ ଭାବ ଉତ୍ପନ୍ନ ହୋଇବ। ତଥାପି ନିଷ୍ଠା ବଳରେ କର୍ମ ଦିଗରେ ଅଗ୍ରଗତି କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇବ ଉଚ୍ଚ ପଦସ୍ଥ ବ୍ୟକ୍ତି ମାନଙ୍କର ସହଯୋଗ ଲାଭ କରିବେ। ସମ୍ମାନ ବୃଦ୍ଧି ହୋଇବ। ଭ୍ରମଣର ସୁଯୋଗ ଲାଭ କରିବେ। କର୍ମ କ୍ଷେତ୍ରରେ ଶୁଭ ସମ୍ବାଦ ଲାଭ ହୋଇବ। ସୁଖ ବୃଦ୍ଧି ହୋଇବ। ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ପ୍ରଶଂସିତ ହୋଇବେ।

ବ୍ୟବସାୟ: ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଚଳିତ ବର୍ଷ ବ୍ୟବସାୟ ଦିଗରେ ଶୁଭ। ବ୍ୟାପାର ଠିକ ଚାଲିବ। ଆର୍ଥିକ ଲାଭ ପାଇପାରିବେ। ଶିକ୍ଷାକୁ ବ୍ୟବସାୟ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଶୁଭ। ନୂତନ ବ୍ୟବସାୟ ଆରମ୍ଭ କଲେ ସଫଳତା ଲାଭ କରିପାରିବେ। ମନର ଆଶା ପୂରଣ ହୋଇବ। ବର୍ଷ ଶେଷରେ ଆର୍ଥିକ କ୍ଷତିରୁ ରକ୍ଷା ପାଇବା ପାଇଁ ବିଶେଷ ସତର୍କତା ଆବଶ୍ୟକ ହୋଇବ।

ପ୍ରତିକାର:

  1. ପ୍ରତି ସୋମବାର ବେଲ ପତ୍ର , କ୍ଷୀର ଦେଇ ଶିବ ପୂଜା କରାଇବା ଶୁଭ।
  2. କୁକୁରକୁ ପ୍ରତିଦିନ ଖାଦ୍ୟ ପ୍ରଦାନ କରିବେ।

ମିଥୁନ:

GEMINI
ରାଶି ଚିହ୍ନ: ଯୁଗ୍ମ ନାରୀ ପୁରୁଷ ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ବାୟୁ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 3, 4, 5 ଶନି କର୍ମ
ନାମ ଅକ୍ଷର: କ, କେ, କୁ, ଘା
ଶୁଭ ବାର: ବୁଧବାର, ଶୁକ୍ରବାର
ଶୁଭ ତିଥି: ପଞ୍ଚମୀ, ଦଶମୀ, ତ୍ରୟୋଦଶୀ
ଶୁଭ ରତ୍ନ: ପାନା
ଶୁଭ ରଙ୍ଗ: ସବୁଜ

ଚଳିତ ବର୍ଷ ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨ୟ ଭାବରେ ବୃହସ୍ପତି ଥାଇ ବର୍ଷ ଆରମ୍ଭ ପାଞ୍ଚ ମାସ ଓ ଶେଷ ଦୁଇ ମାସ ପର୍ଯ୍ୟନ୍ତ ମଧ୍ୟମ ଶୁଭ ଫଳ ପ୍ରଦାନ କରିବେ। ମଧ୍ୟ ଭାଗରେ ବୃହସ୍ପତି ମିଥୁନ ରାଶିକୁ ଶୁଭ ଫଳ ପ୍ରଦାନ କରିବେ। ଆର୍ଥିକ ସ୍ଥିତି ଠିକ ରହିବ। ଉନ୍ନତି ମୂଳକ କର୍ମରେ ଅଗ୍ରସର ହୋଇପାରନ୍ତି। ଅର୍ଥ ଲାଭ କରିବେ।ବୃହସ୍ପତି ଅକ୍ଟୋବରରେ କର୍କଟ ରାଶିରୁ ସିଂହ ରାଶିକୁ ଗଲେ ଭୂମି, ଜମି ଆଦି ଦିଗରେ ଲାଭବାନ କରାଇବେ। ଏ ବର୍ଷ ମିଥୁନ ରାଶିକୁ ଶନି ଓ କେତୁ ଶୁଭ ଫଳ ପ୍ରଦାନ କରୁଥିବାରୁ ଚାକିରୀ, କର୍ମ, ଭାଗ୍ୟ ଦିଗରେ ଶୁଭ ଫଳ ଲାଭ ହୋଇବ। ସଫଳତାର ସହ ଅଗ୍ରସର ହୋଇବେ। ରାହୁ ମିଥୁନ ରାଶିକୁ ୯ମ ଭାବରେ ରହି ଅଶୁଭ ଫଳ ପ୍ରଦାନ କରିବେ। ଆଘାତ ଲାଗିପାରେ। ଦୁର୍ଭାଗ୍ୟ ପୂର୍ଣ୍ଣ ସମସ୍ଯା ଦେଖାଦେଇପାରେ।

ସ୍ୱାସ୍ଥ୍ୟ: ବର୍ଷ ଆରମ୍ଭରୁ ମିଥୁନ ରାଶିର ଲଗ୍ନାଧିପତି ବୁଧ ୭ମ ଭାବରେ ଗୋଚର କରିବେ। ଏ ବର୍ଷ ସ୍ୱାସ୍ଥ୍ୟ ପ୍ରାୟ ଠିକ ରହିବ। ନିଜର ଖାଦ୍ୟ, ପେୟ, ଶୟନ, କର୍ମର ସମୟ ଠିକ ରଖିଲେ ବର୍ଷ ସାରା ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇ ପାରିବେ। ୮ମ ଅଧିପତି ୧୦ମ ଗୃହରେ ବୃହସ୍ପତିଙ୍କ ଗୃହ ମୀନ ରାଶିରେ ଗୋଚର କରୁଥିବାରୁ କର୍ମକୁ ଆଧାର କରି ସ୍ୱାସ୍ଥ୍ୟ ଗତି କରିବ। ଖାଦ୍ୟ ପେୟ ଗ୍ରହଣରେ ଯତ୍ନବାନ ନ ହେଲେ ପେଟ ଟଣା, ପେଟ ବିନ୍ଧା, ନାଳ ଝାଡା, ଆଦି ସମସ୍ୟାର ସମୁଖୀନ ହୋଇପାରନ୍ତି। ଗଳା ଓ ତଣ୍ଟି ଦରଜ ମଧ୍ୟ ହୋଇପାରେ। ପରିବାର ସଦସ୍ୟ ମାନଙ୍କର ସୁବିଧା ପାଇଁ ଅଧିକ କର୍ମ ରତ ରହି ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ପାରିବାରିକ ସ୍ଥିତି: ବର୍ଷ ଆରମ୍ଭରୁ ପରିବାରରେ ମାନସମ୍ମାନ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବେ। ତେଣୁ ଗୃହର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସଫଳ ପ୍ରୟାସ କରିପାରନ୍ତି। ସନ୍ତାନ ମାନେ ଭଦ୍ର ଆଚରଣ କରିବେ। ସ୍ଵାମୀ, ସ୍ତ୍ରୀଙ୍କର ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ ,ପାରିବାରିକ ସୁଖ ଶାନ୍ତିର ଇଚ୍ଛା ବୃଦ୍ଧି ପାଇବ।ପାରିବାରିକ ଉନ୍ନତିରେ କିଛି ନା କିଛି ସମସ୍ଯା ଦେଖା ଦେବ। ତଥାପି ପାରିବାରିକ ସୌଖ୍ୟପ୍ରାପ୍ତିରେ କୌଣସି ବାଧା ରହିବ ନାହିଁ। ବର୍ଷର ପ୍ରଥମାର୍ଦ୍ଧ ପରିବାରରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଉତ୍ତମ।

କର୍ମ ବା ଚାକିରୀ: ଚାକିରୀ କ୍ଷେତ୍ରରେ ମିଶ୍ର ଫଳ ଲାଭ ହୋଇବ। ମିଥୁନ ରାଶିର ଲୋକମାନଙ୍କର ଚାକିରୀ କ୍ଷେତ୍ରରେ ମିଳିବାକୁ ଥିବା ଲାଭର ପରିମାଣ କମ ହୋଇବ। କଠୋର ନିୟମ ମଧ୍ୟରେ କର୍ମ ସମ୍ପାଦନ କରିବାକୁ ପଡିବ। ଉଚ୍ଚ ଅଫିସର ମାନଙ୍କର ସହାନୁଭୁତି ଲାଭ ହୋଇବ। ପଦୋନ୍ନତିର ସମ୍ଭାବନା ରହିଛି।

ବ୍ୟବସାୟ: ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏ ବର୍ଷ ବ୍ୟାପାର ସ୍ଥିତି ମଧ୍ୟମ ଧରଣର ରହିବ। ବିଚକ୍ଷଣ ବୁଦ୍ଧି, ଏକାଗ୍ରତା ଦ୍ଵାରା ବ୍ୟବସାୟରେ ସଫଳତା ପାଇପାରିବେ। ଅସତ ବ୍ୟବସାୟୀଙ୍କ ଠାରୁ ସତର୍କ ରହିବା ଆବଶ୍ୟକ ହୋଇବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଉତ୍ତମ ସ୍ଥିତି ହେଉନାହିଁ। ବ୍ୟୟର ଭାର ଅଧିକ ହୋଇବ। ପରିବାରରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି।

ପ୍ରତିକାର:

  1. ମଙ୍ଗଳବାର ନିରାମିଷ ଖାଇବେ।
  2. ପ୍ରାତଃ କାଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବେ।

କର୍କଟ:

Cancer
ରାଶି ଚିହ୍ନ: କଙ୍କଡା ରବି: ପ୍ରାଣ
କ୍ଷେତ୍ର: ଚନ୍ଦ୍ର ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 7, 8, 9 ଶନି କର୍ମ
ନାମ ଅକ୍ଷର: ହି, ହୁ, ହେ, ହୋ, ଡା
ଶୁଭ ବାର: ରବିବାର, ସୋମବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ପଞ୍ଚମୀ, ଦଶମୀ
ଶୁଭ ରତ୍ନ: ମୁକ୍ତା
ଶୁଭ ରଙ୍ଗ: ଧଳା

ଚଳିତ ବର୍ଷ କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବୃହସ୍ପତି ପ୍ରଥମ ପାଞ୍ଚ ମାସ ଅଶୁଭ ଫଳ ପ୍ରଦାନ କରିବେ।ମେ ମାସ ପର୍ଯ୍ୟନ୍ତ ଆର୍ଥିକ ଅସୁବିଧା ରହିବ। ପରବର୍ତ୍ତୀ ୪ ମାସ ବୃହସ୍ପତି ମଧ୍ୟମ ଶୁଭ ରହିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହୋଇବ। ଧର୍ମ କାର୍ଯ୍ୟରେ ଆଗ୍ରହ ବଳିବ।ଦେବତା, ବ୍ରାହ୍ମଣରେ ଭକ୍ତି ବୃଦ୍ଧି ହୋଇବ। ତା ପରଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ବୃହସ୍ପତି ପୂର୍ଣ୍ଣ ଶୁଭ ରହିବେ। ଭୂମି, ଜମି, ଗୃହ ଆଦି କ୍ଷେତ୍ରରେ ଶୁଭ ଫଳ ପ୍ରଦାନ କରିବେ। ପାପ ଗ୍ରହ ଶନି ଅଶୁଭସ୍ଥ ହୋଇ ନବମ ଭାବରେ ଥିବାରୁ ଏକେଲା ରହିବାକୁ ଭଲ ଲାଗିବ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛୋଟ ମୋଟ ପାରିବାରିକ ଅଶାନ୍ତି ଦେଖାଦେବ। ପାପ ଗ୍ରହ ରାହୁ, କେତୁ ଅଶୁଭ ଥିବାରୁ ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେବ।

ସ୍ୱାସ୍ଥ୍ୟ: ବର୍ଷ ଆରମ୍ଭରେ ଲଗ୍ନାଧିପତି ଚନ୍ଦ୍ର ୧୧ ଶ ଗୃହରେ ଗୋଚର କରିବେ। ଏକଦଶାଧିପତି ଗ୍ରହ ରିପୁ ସ୍ଥାନରେ ରହୁଥିବାରୁ ଛୋଟ ମୋଟ ଅସୁସ୍ଥତା, କାର୍ଯ୍ୟରେ ବ୍ଯସ୍ତତା ଲାଗିରହିବ। ମନରେ ବିଚଳିତ ଭାବ ଦେଖାଦେବ। ଇନଫେକ୍ଶନ ରୋଗରେ ପୀଡା ଭୋଗ କରିପାରନ୍ତି। ହଜମ କ୍ଷେତ୍ରରେ ସମସ୍ଯା ଉତ୍ପନ୍ନ ହୋଇବ। ଦୂର ଭ୍ରମଣରେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବାସି, ଖଟା, ପଖାଳ ଆଦି ଖାଦ୍ଯ ଦ୍ରବ୍ୟ, ମସଲା ତେଲ ଠାରୁ ଦୂରେଇ ରହିବା ଆବଶ୍ୟକ ହୋଇବ।

ପାରିବାରିକ ସ୍ଥିତି: କର୍କଟ ରାଶିର ବ୍ୟକ୍ତି ମାନଙ୍କର ବର୍ଷ ଆରମ୍ଭରୁ ମନରେ ଅଶାନ୍ତି ଦେଖାଦେବ। ପରିବାରରେ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖାଦେବ। କାମପ୍ରବଣତା ବୃଦ୍ଧି ହୋଇବ। ସନ୍ତାନ ମାନଙ୍କର ଆବଶ୍ୟକତା ପାଇଁ ଆର୍ଥିକ ବ୍ୟୟ ହୋଇବ। ମନୋବଳ ଉଚ୍ଚ ରହୁଥିବାରୁ ସବୁ ସମସ୍ୟାକୁ ସମୁଖୀନ ହୋଇପାରିବେ। ସନ୍ତାନ ମାନେ ବିଦ୍ୟାରେ ଭଲ ଫଳ ଲାଭ କରିପାରିବେ ନାହିଁ। କୌଣସି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସଂଘର୍ଷ କରିବାକୁ ପଡିବ। ପରିବାରରେ ଅଯଥା ବିବାଦୀୟ ପରିସ୍ଥିତି ଉତ୍ପନ୍ନ ହୋଇବ। ନିଜ ଲୋକମାନଙ୍କ ସହ ମତାନ୍ତର ହୋଇବ। ଛୋଟ ଛୋଟ କଥାରେ ଭୁଲ ବୁଝାମଣା ଯୋଗୁଁ ମତାନ୍ତର ହୋଇବ। ଭାତୃ, ଭଗ୍ନି ବିବାଦୀୟ ସ୍ଥିତି ଉତ୍ପନ୍ନ କରିପାରନ୍ତି। ବର୍ଷର ଶେଷ ଭାଗକୁ ସ୍ଥିତିରେ ପରିବର୍ତ୍ତନ ଆସିବ। ଶୁଭ କର୍ମରେ ବାଧା ବିଘ୍ନ ଓ ବିଳମ୍ବ ହୋଇବ। ପାରିବାରିକ ଚିନ୍ତା ବୃଦ୍ଧି ହୋଇବ।

କର୍ମ ବା ଚାକିରୀ: କର୍କଟ ରାଶିର ବ୍ୟକ୍ତି ମାନଙ୍କର ଚଳିତ ବର୍ଷ ଚାକିରୀ କ୍ଷେତ୍ରରେ ଅଧିକ କର୍ମର ଚାପ ରହିବ। ସହକର୍ମୀମାନେ ସହଯୋଗ କରିବେ ନାହିଁ। ଶତ୍ରୁତା ଆଚରଣ କରିବେ। ସରକାରୀ ସ୍ତରରେ ଲାଭ ପାଇବା ପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ପରିସ୍ଥିତି ସହିତ ସଂଘର୍ଷ କରି ଆଗକୁ ବଢିବେ। କର୍ମରେ ସଫଳତା ପାଇଁ ବହୁ ଭ୍ରମଣ କରିବାକୁ ପଡିବ। ଭ୍ରମଣ ଜନିତ ପୀଡାର ସମୁଖୀନ ହୋଇବେ। କର୍ମରେ ବ୍ୟସ୍ତ ଥିବା ସମୟରେ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି।

ବ୍ୟବସାୟ: ଚଳିତ ବର୍ଷ କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ କଠୋର ସମୟ। ବ୍ୟବସାୟରେ ଯେତେ ଚେଷ୍ଟା କଲେ ମଧ୍ୟ ବ୍ୟବସାୟରେ ଲାଭବାନ ହେବା ଅସମ୍ଭବ ହୋଇବ। ବ୍ୟବସାୟରେ ବହୁ କ୍ଷୟ କ୍ଷତିର ସମ୍ଭାବନା ରହିଛି। ବ୍ୟବସାୟରେ ବିଭିନ୍ନ ଦିଗରୁ ଅର୍ଥ ଖର୍ଚ୍ଚ ହୋଇବ। କୌଣସି କର୍ମ ପୂର୍ବରୁ ବୁଝି ବିଚାରି ବଡ ମାନଙ୍କର ପରାମର୍ଶ ନେଇ କାର୍ଯ୍ୟ କଲେ କିଛି ପରିମାଣରେ ସମସ୍ୟାରୁ ରକ୍ଷା ପାଇପାରିବେ।

ପ୍ରତିକାର:

  1. ପ୍ରତିଦିନ ହନୁମାନ ଚାଳିଶା ପାଠ କରିବେ।
  2. ରୁଦ୍ରାଭିଷେକ କଲେ ଶୁଭ ଫଳ ଲାଭ ହୋଇବ।

ସିଂହ:

Leo
ରାଶି ଚିହ୍ନ: ସିଂହ ରବି: ପ୍ରାଣ
କ୍ଷେତ୍ର: Sun ଚନ୍ଦ୍ର: ମନ
ତତ୍ତ୍ଵ: Fire ବୁଧ: ବୁଦ୍ଧି
ନାଡୀ: Pitta ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 10, 11, 12 ଶନି କର୍ମ
ନାମ ଅକ୍ଷର: ମି, ମୋ, କା,ଟେ
ଶୁଭ ବାର: ରବିବାର, ସୋମବାର, ଗୁରୁବାର
ଶୁଭ ତିଥି: ପଞ୍ଚମୀ, ଦଶମୀ, ଦ୍ଵାଦଶୀ
ଶୁଭ ରତ୍ନ: ମାଣିକ୍ୟ
ଶୁଭ ରଙ୍ଗ: ଲାଲ

ଚଳିତ ବର୍ଷ ଆରମ୍ଭରେ ଲଗ୍ନାଧିପତି ରବି ପଞ୍ଚମ ଭାବରେ ମଙ୍ଗଳ, ବୁଧ, ଶୁକ୍ରଙ୍କ ସହ ଯୁକ୍ତ ହୋଇ ଗୋଚର କରିବେ।ବୃହସ୍ପତି ଜୁନ ମାସ ପର୍ଯ୍ୟନ୍ତ ଶୁଭ ରହିବେ। ଜୁନ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ବୃହସ୍ପତି ଅଶୁଭ ଭାବରେ ଗୋଚର କରିବେ। ବର୍ଷ ଶେଷ ନଭେମ୍ବର ଓ ଡିସେମ୍ବର ମାସରେ ବୃହସ୍ପତି ଶୁଭ ଭାବରେ ଗୋଚର କରିବେ। ପାପ ଗ୍ରହ ଶନି, ରାହୁ ଓ କେତୁ ଅଶୁଭ ଭାବରେ ଗୋଚର କରିବେ। ବର୍ଷ ତମାମ ଶନି ଅଷ୍ଟମ ଭାବରେ ଗୋଚର କରୁଥିବାରୁ ସ୍ୱାସ୍ଥ୍ୟ ଦିଗରେ ପ୍ରଭାବ କରିବେ।

ସ୍ୱାସ୍ଥ୍ୟ: ଚଳିତ ବର୍ଷ ଲଗ୍ନାଧିପତି ବର୍ଷ ଆରମ୍ଭରେ ମଧ୍ୟମ ଶୁଭ। ଶରୀରରେ ପିତ ଜନିତ ସମସ୍ଯା ଯେପରି ମୁଣ୍ଡ ବିନ୍ଧା, ପେଟ ଟଣା, ପେଟ ଗରମ କାଶ, ବିରକ୍ତି ଭାବ ପ୍ରକାଶ ପାଇବ। ଗଳା, ତଣ୍ଟିରେ ସମସ୍ଯା, ଜୀବନୀ ଶକ୍ତି ଦୁର୍ବଳ ରହିବ। ବର୍ଷ ସାରା ଶନି ଅଷ୍ଟମ ଗୃହରେ ଗୋଚର କରୁଥିବାରୁ ସ୍ୱାସ୍ଥ୍ୟ ଠିକ ରହିବ ନାହିଁ। ଶରୀରରେ ବାୟୁ ଉର୍ଦ୍ଧ ମୁଖୀ ହୋଇବ। ପେଟ ଟଣା, ପେଟ କେଞ୍ଚା, ଗ୍ଯାସ ଆଦି ସମସ୍ଯା ଦେଖାଦେବ। ମୁଣ୍ଡ ବିନ୍ଧାରେ କଷ୍ଟ ଭୋଗ କରିବେ। ମନ ସବୁ ସମୟରେ ବିଷାଦ ଗ୍ରସ୍ତ ହୋଇ ରହିବ। ବାରମ୍ବାର ଡାକ୍ତରଙ୍କ ନିକଟକୁ ଯିବାକୁ ପଡିପାରେ। ବର୍ଷର ପ୍ରଥମ ୫ ମାସ ମଧ୍ୟମ ଧରଣର ପୀଡା ହୋଇବ। ମାତ୍ର ବର୍ଷର ମଧ୍ୟ ଭାଗରେ ସ୍ୱାସ୍ଥ୍ୟ ପ୍ରତି ସଂପୂର୍ଣ୍ଣ ଯତ୍ନବାନ ହେବାକୁ ପଡିବ। ରାହୁ ରିପୁ ସ୍ଥାନରେ ଥିବାରୁ ରୋଗ ଶତ୍ରୁ ହୋଇବ। ଇନଫେକ୍ଶନରେ ପଡ଼ିପାରନ୍ତି। ମନରେ ଭୟ ଉତ୍ପନ୍ନ ହୋଇବ।

ପାରିବାରିକ ସ୍ଥିତି: ଚଳିତ ବର୍ଷ ସିଂହ ରାଶିରେ ପାରିବାରିକ ସ୍ଥିତି ମଧ୍ୟମ ଧରଣରେ ରହିବ। ପିତାଙ୍କ ଠାରୁ ସହଯୋଗ ଲାଭ କରିବେ। ବନ୍ଧୁ ବର୍ଗଙ୍କ ପ୍ରୋସାହନରେ ନୂତନ ଭୂମି, ଗୃହ, ଯାନବାହାନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ମାତାଙ୍କର ସ୍ୱାସ୍ଥ୍ୟଗତ ଚିନ୍ତା, ମାତାଙ୍କ ଭରଣା କରିବାର ମନୋବୃତ୍ତି ଉତ୍ପନ୍ନ ହୋଇବ। ଧର୍ମ କାର୍ଯ୍ୟରେ ପ୍ରେରଣା ପାଇବେ। ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ବର୍ଷ ଆରମ୍ଭ କରିବା ପରଠାରୁ ଲାଗି ରହିବ। ଏକାଠି ଥାଇ ମଧ୍ୟ ପରସ୍ପର ସହ ବିବାଦୀୟ ପରିସ୍ଥିତି ରହିବ। ବହୁ ସମୟରେ ଛାଡପତ୍ର ଦେବା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। କିଛି କିଛି ଦିନ ଅନ୍ତରରେ ପରିବାରରେ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଉତ୍ପନ୍ନ ହୋଇପାରେ। ଭାଗ୍ୟରେ କିଛି ମାତ୍ରାରେ ଉନ୍ନତି ଲକ୍ଷ୍ୟ କରିପାରିବେ। ଚଳିତ ବର୍ଷ ଆରମ୍ଭଠାରୁ ଆର୍ଥିକ ସ୍ଥିତି ଭଲ ରହିବ।କିନ୍ତୁ ବ୍ୟୟ ଅଧିକ ହୋଇବ। ସନ୍ତାନମାନେ ବିଦ୍ୟାରେ ଭଲ ଫଳ ଲାଭ କରିପାରିବେ।

କର୍ମ ବା ଚାକିରୀ: ଚଳିତ ବର୍ଷ ସ୍ଥିତି ଚାକିରୀ କ୍ଷେତ୍ରରେ ବହୁ ଉତଥାନ ପତନ ଦେଖାଦେବ। କେତେକ ସମୟରେ ସାହାଯ୍ୟ ସହଯୋଗ ପାଇବେ। ସହଯୋଗୀମାନେ ନିନ୍ଦା ମଧ୍ୟ କରିବେ। ଉଚ୍ଚ ପଦସ୍ଥ ବ୍ୟକ୍ତି ମାନଙ୍କର ସାହାଯ୍ୟ ସହଯୋଗ ଲାଭ କରିପାରିବେ। କର୍ମରେ ଦକ୍ଷତା ପ୍ରତିପାଦନ କରି ପ୍ରଶଂସା ଲାଭ କରିବେ। ନୂତନ କର୍ମ ନିଯୁକ୍ତିର ଯୋଗ ରହିଛି।

ବ୍ୟବସାୟ: ଚଳିତ ବର୍ଷ ବ୍ୟବସାୟ ପାଇଁ ଉତ୍ତମ ରହିବ। ବର୍ଷ ଆରମ୍ଭରୁ ପ୍ରଥମ ୫ ମାସ ଲାଭବାନ ହୋଇବେ। ଜୁନ ମାସ ଠାରୁ ନାନାଦି ସମସ୍ଯା, ପ୍ରତିକୂଳ ପରିବେଶ ଉତ୍ପନ୍ନ ହୋଇବ। କର୍ମରେ ସମସ୍ଯା ଦେଖାଦେବ। ସ୍ଥାନନ୍ତରଣର ଯୋଗ ରହିଛି। ବ୍ୟବସାୟରେ ଭୁଲ ବୁଝାମଣା ଯୋଗୁ ଅର୍ଥ ହାନୀ ହୋଇପାରେ। ଠକ ବ୍ୟବସାୟୀଙ୍କ ଠାରୁ ସତର୍କ ରହିବା ଆବଶ୍ୟକ ହୋଇବ।

ପ୍ରତିକାର:

  1. ପ୍ରତି ସୋମବାର ଶିବ ମନ୍ଦିରରେ କ୍ଷୀର ଓ ବେଲ ପତ୍ର ଚଢାଇବେ।
  2. ମା ତାରିଣୀଙ୍କ ନିକଟରେ ପୂଜା କରିବେ।

କନ୍ୟା:

Virgo
ରାଶି ଚିହ୍ନ: ନାରୀ ରବି: ପ୍ରାଣ
କ୍ଷେତ୍ର: ବୁଧ ଚନ୍ଦ୍ର: ମନ
ତତ୍ତ୍ଵ: ଅଗ୍ନି ବୁଧ: ବୁଦ୍ଧି
ନାଡୀ: ବାତ୍ତ ବୃହସ୍ପତି: ଧର୍ମ
ଗୁଣ: ସତ୍ତ୍ଵ ଶୁକ୍ର: ପ୍ରେମ
ନକ୍ଷତ୍ର: 12, 13, 14 ଶନି କର୍ମ
ନାମ ଅକ୍ଷର: ଟୋ, ପା, ପି, ପୋ
ଶୁଭ ବାର: ରବିବାର, ବୁଧବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ନବମୀ , ଦ୍ଵାଦଶୀ
ଶୁଭ ରତ୍ନ: ପାନା
ଶୁଭ ରଙ୍ଗ: ସବୁଜ

ଚଳିତ ବର୍ଷ କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ରାଶ୍ୟାଧିପତି ବୁଧ ବର୍ଷ ଆରମ୍ଭରୁ ୪ର୍ଥ ଭାବରେ ଧନୁ ରାଶିରେ ରବି, ମଙ୍ଗଳ ଗୁରୁଙ୍କ ସହ ଯୁକ୍ତ ହୋଇ ଗୋଚର କରିବେ। ବର୍ଷ ଆରମ୍ଭରୁ ବୃହସ୍ପତି ପ୍ରଥମ ୫ ମାସ ପ୍ରତିକାର ବା ପୂଜା କଲେ ଶୁଭ। ଜୁନ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଶୁଭ। ବର୍ଷର ଶେଷ ନଭେମ୍ବର ଓ ଡିସେମ୍ବର ଅଶୁଭ ଭାବରେ ଗୋଚର କରିବେ। ବର୍ଷ ସାରା ପାପ ଗ୍ରହ ଶନି, କେତୁ ଅଶୁଭ ଭାବରେ ଗୋଚର କରିବେ।

ସ୍ୱାସ୍ଥ୍ୟ: ଚଳିତ ବର୍ଷ କନ୍ୟା ରାଶିର ବ୍ୟକ୍ତି ମାନଙ୍କର ଛୋଟ ମୋଟ ସ୍ୱାସ୍ଥ୍ୟ ଗତ ସମସ୍ଯା ଲାଗି ରହିବ। ମନରେ ଚିଡଚିଡା ଭାବ , ଅସନ୍ତୋଷ, ଗ୍ଯାସ, ଥଣ୍ଡା ଆଦି ସମସ୍ଯା ଦେଖାଦେବ। ତଣ୍ଟି ଦରଜ, କାଶ ଦେଖା ଦେଇ ପାରେ। ଜୁନ ମାସ ପର୍ଯ୍ୟନ୍ତ ଶାରୀରିକ ସମସ୍ଯା ଅଧିକ ରହିବ। ଜୁନ ମାସ ପରେ ସାମାନ୍ୟ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ରକ୍ତ ଚାପ ଜନିତ ସମସ୍ଯା ମଧ୍ୟ ଦେଖାଦେଇପାରେ। ଶରୀରରେ ବାୟୁର ଗତି ଉର୍ଦ୍ଧକୁ ହୋଇବ। ଶରୀରରେ ବାୟୁ ନିଷ୍କାସନ ବାରମ୍ବାର ହୋଇବ। ଛାତି ପୋଡା, ଗ୍ଯାସ ଅନୁଭବ କରିବେ।

ପାରିବାରିକ ସ୍ଥିତି: ଚଳିତ ବର୍ଷ କନ୍ୟା ରାଶିର ବ୍ୟକ୍ତିଙ୍କର ପରିବାରରେ ଭାଇ ମାନଙ୍କ ମଧ୍ୟରେ ଭୂମିକୁ ନେଇ ବିବାଦ ଉତ୍ପନ୍ନ ହୋଇବ। ସମ୍ପର୍କୀୟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇପାରେ। ଛୋଟ ମୋଟ ସମସ୍ଯା ଥିବା ସତ୍ବେ ପାରିବାରିକ ସୁଖ ଶାନ୍ତି ଲାଭ କରିବେ। ସବୁ କ୍ଷେତ୍ରରେ ଛୋଟ ମୋଟ ସମସ୍ଯା ଦେଖାଦେବ। ଗୃହର କାର୍ଯ୍ୟରେ ବାଧା ବିଘ୍ନ ଉତ୍ପନ୍ନ ହୋଇବ। ପସନ୍ଦ ନ ହେଲେ ମଧ୍ୟ ଗୃହର ବହୁ କାର୍ଯ୍ୟରେ ଆପଣଙ୍କୁ ଚୁପ ରହିବାକୁ ପଡିବ। ଗୃହରେ ବିବାହ, ବ୍ରତଘର ଆଦି ଶୁଭ କର୍ମ ହେବାର ସମ୍ଭାବନା ରହିଛି। ବିବାହ ବୟସ ହୋଇଥିବା ବର କନ୍ୟାଙ୍କ ପାଇଁ ଉପଯୁକ୍ତ ସମୟ। ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରି ଏକାଗ୍ରତା ଦ୍ଵାରା ସଫଳତା ହାସଲ କରିପାରିବେ।

କର୍ମ ବା ଚାକିରୀ: ଚଳିତ ବର୍ଷ କନ୍ୟା ରାଶିର ବ୍ୟକ୍ତିଙ୍କର ଚାକିରୀ ବା କର୍ମ କ୍ଷେତ୍ରରେ ଉନ୍ନତି ଦେଖାଦେବ। ମାତ୍ର ବହୁ ସମସ୍ଯା ଦେଇ ଗତି କରିବେ। ସହକର୍ମୀ ମାନଙ୍କର ସହଯୋଗରେ ଅସୁବିଧାର ସମୁଖୀନ ନ ହୋଇ ନିସ୍ତାର ପାଇପାରିବେ। କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ମାନେ ଆପଣଙ୍କର ପିଠି ପଛରେ ସମାଲୋଚନା କରିବେ। କର୍ମରେ ଅଗ୍ରସର ହେବା ପାଇଁ ସ୍ତ୍ରୀଙ୍କର ପୂର୍ଣ୍ଣ ସହଯୋଗ ଲାଭ କରିବେ। କର୍ମ କ୍ଷେତ୍ରରେ ଚେଷ୍ଟା କରି ସଫଳତା ହାସଲ କରିବେ।

ବ୍ୟବସାୟ: ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ସବୁ କ୍ଷେତ୍ରରେ ବୁଝି ବିଚାରି ନିବେଶ କଲେ ଆର୍ଥିକ ଲାଭ ପାଇ ପାରିବେ। ନୂତନ କର୍ମ ପାଇଁ ଅନୁକୂଳ ସମୟ ରହିଛି।

ପ୍ରତିକାର:

  1. ପ୍ରତିଦିନ ହନୁମାନ ଚାଳିଶା ପାଠ କରିବେ।
  2. ପ୍ରତିଦିନ ନାରାୟଣ ସହସ୍ର ନାମ ପାଠ କରିବେ।

ତୁଳା:

Libra
ରାଶି ଚିହ୍ନ: ନିକିତି ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ବାୟୁ ବୁଧ: ବୁଦ୍ଧି
ନାଡୀ: Batta ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 14, 15, 16 ଶନି କର୍ମ
ନାମ ଅକ୍ଷର: ରୁ, ରୋ, ତି, ତୁ
ଶୁଭ ବାର: ବୁଧବାର, ଶୁକ୍ରବାର
ଶୁଭ ତିଥି: ତୃତୀୟା, ଦ୍ଵାଦଶୀ , ତ୍ରୟୋଦଶୀ
ଶୁଭ ରତ୍ନ: ହୀରା
ଶୁଭ ରଙ୍ଗ: ଧଳା

ଚଳିତ ବର୍ଷ ଆରମ୍ଭ କାଳରୁ ଲଗ୍ନାଧିପତି ଶୁକ୍ର ଧନୁ ରାଶିରେ ତୃତୀୟ ଭାବରେ ରବି, ବୁଧଙ୍କ ସହ ଯୁକ୍ତ ହୋଇ ଅବସ୍ଥାନ କରୁଅଛନ୍ତି । ତୁଳା ରାଶିକୁ ବୃହସ୍ପତି ବର୍ଷ ସାରା ଶୁଭ ସ୍ଥିତିରେ ରହିବେ । ପାପ ଗ୍ରହ ଶନି, କେତୁ ମଧ୍ୟମ ଫଳ ପ୍ରଦାନ କରିବେ। କିନ୍ତୁ ରାହୁ ବର୍ଷ ସାରା ଅଶୁଭ ଫଳ ପ୍ରଦାନ କରିବେ। ବର୍ଷ ଆରମ୍ଭରୁ ପ୍ରଥମ ୫ ମାସ ବୃହସ୍ପତି ତୁଳା ରାଶିକୁ ପୂର୍ଣ୍ଣ ଦ୍ରୁଷ୍ଟି ଦେବେ। ଅନ୍ୟ ସମୟରେ ଶୁଭ ଭାବରେ ଅବସ୍ଥାନ କରିବେ। ଆର୍ଥିକ ସ୍ଥିତି ଠିକ ରହିବ। ଚତୁରତା ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ଲାଭ କରିପାରିବେ। ଗ୍ରହ ମାନଙ୍କର ଏହି ସ୍ଥିତି ଯୋଗୁ ତୁଳା ରାଶିର ବ୍ୟକ୍ତି ମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିପାରିବେ।

ସ୍ୱାସ୍ଥ୍ୟ: ବର୍ଷ ଆରମ୍ଭରୁ ତୁଳା ରାଶିର ଲଗ୍ନାଧିପତି ଶୁକ୍ର ମଧ୍ୟମ ଶୁଭ ସ୍ଥାନରେ ଶୁଭ ଗ୍ରହ ମାନଙ୍କର ଦୃଷ୍ଟିରେ ଥିବାରୁ ସ୍ୱାସ୍ଥ୍ୟ ଦିଗରେ ଶୁଭ ଫଳ ପ୍ରାପ୍ତ ହୋଇବ। ମନ ପ୍ରଫୁଲ୍ଲ ରହିବ। ସବୁ କାର୍ଯ୍ୟ ଉତ୍ସାହର ସହିତ ସମାପନ କରିପାରିବେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ସୁସ୍ଥ ସବଳ ଖାଦ୍ୟ ପେୟ ଗ୍ରହଣ କରିବାରେ ଆଗ୍ରହୀ ହୋଇବେ। ଖାଦ୍ଯରେ ସଚେତନତା ବଢିବ। ବ୍ୟାୟମ ପାଇଁ ମନ ବଳାଇବେ। ବର୍ଷ ଆରମ୍ଭରୁ ଚନ୍ଦ୍ର ୮ମ ଭାବରେ ରହୁଥିବାରୁ ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ କେବଳ ଥଣ୍ଡା, ଏଲେର୍ଜିକ ଆଦି ସମସ୍ଯା ଦେଖାଦେଇ ପାରେ।

ପାରିବାରିକ ସ୍ଥିତି: ଚଳିତ ବର୍ଷ ତୁଳା ରାଶି ବ୍ୟକ୍ତି ମାନଙ୍କର ପାରିବାରିକ ସ୍ଥିତି ଉତ୍ତମ ରହିବ। ଉନ୍ନତି ମୂଳକ କାର୍ଯ୍ୟରେ ମନଯୋଗ ଦେବେ। ନିଜ ପରିବେଶରେ ଥିବା ଲୋକମାନେ ସହଯୋଗ କରିବେ। ସମ୍ମାନ ଲାଭ ହୋଇବ। ପରିବାର ଲୋକ ମାନଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦାନ କରିବେ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ କରିବେ। ସମ୍ପର୍କୀୟ ମାନଙ୍କ ଠାରୁ ବହୁତ ସୁବିଧା ସୁଯୋଗ ହାସଲ କରିପାରିବେ। ପରିବାର ଲୋକଙ୍କ ସହ କୌଣସି ଧର୍ମ ସ୍ଥଳୀ ବା ଦର୍ଶନୀୟ ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି। ପ୍ରତିଯୋଗୀତା ମୂଳକ କାର୍ଯ୍ୟରେ ସଫଳତା ଲାଭ କରିପାରିବେ। ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଆତ୍ମୀୟତା ବୃଦ୍ଧି ପାଇବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇବ। ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଛି। ଭୂମି, ଗୃହ ଆଦି ସମ୍ପତ୍ତି ଲାଭର ଯୋଗ ରହିଛି।

କର୍ମ ବା ଚାକିରୀ: ଚଳିତ ବର୍ଷ ତୁଳା ରାଶିର ଲୋକଙ୍କର ଚାକିରୀ କ୍ଷେତ୍ରରେ ସୁଖମୟ ପରିସ୍ଥିତି ଦେଖାଦେବ। ମନ ପ୍ରଫୁଲ୍ଲ ରହୁଥିବାରୁ କର୍ମରେ ଏକାଗ୍ରତା ରହିବ। ଉଚ୍ଚ ପଦସ୍ଥ ବ୍ୟକ୍ତି ମାନଙ୍କର ସହଯୋଗ ଲାଭ କରି ଉପକୃତ ହୋଇବେ। ଚାକିରୀ କ୍ଷେତ୍ରରେ ସଫଳତା ଲାଭ କରି ଖୁସି ହୋଇବେ। ଚଳିତ ବର୍ଷ ପଦୋନ୍ନତିର ଯୋଗ ରହିଛି। ବେତନ ବୃଦ୍ଧି, ଆର୍ଥିକ ସ୍ବଚ୍ଚଳତା ଲାଗିରହିବ। ଚାକିରୀ ପାଇଁ ଆଶାୟିତ ବ୍ୟକ୍ତି ମାନେ ଏ ସମୟରେ ଉପଯୁକ୍ତ ଫଳ ଲାଭ କରିବେ। ଚାକିରୀ ପ୍ରାପ୍ତ ହୋଇପାରିବ।

ବ୍ୟବସାୟ: ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଚଳିତ ବର୍ଷ ବ୍ଯବସାୟିକ ସ୍ଥିତି ଉତ୍ତମ ରହିଛି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ବ୍ୟବସାୟର ପ୍ରତିଯୋଗିତାରେ ସଫଳ ହୋଇବେ। ଆୟ ବୃଦ୍ଧି ହୋଇବ। ବ୍ୟବସାୟ ଉନ୍ନତି ପାଇଁ ଅନେକ ସୁବିଧା ସୁଯୋଗ ଲାଭ କରିବେ। ଲୋକଙ୍କର ପ୍ରଶଂସାର ପାତ୍ର ହୋଇବେ। ବ୍ୟବସାୟରେ ଉନ୍ନତି ପାଇଁ ପ୍ରୟାସ କରିବେ।

ପ୍ରତିକାର:

  1. ପ୍ରତିଦିନ ଗୀତା ପାଠ କରିବେ।
  2. ହନୁମାନଙ୍କ ବ୍ରତ କରିବେ।

ବିଛା :

Scorpio
ରାଶି ଚିହ୍ନ: ବୃଛିକା ରବି: ପ୍ରାଣ
କ୍ଷେତ୍ର: ମଙ୍ଗଳ ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 16, 17, 18 ଶନି କର୍ମ
ନାମ ଅକ୍ଷର: ତୋ, ନା, ନି, ନୁ
ଶୁଭ ବାର: ରବିବାର, ମଙ୍ଗଳବାର
ଶୁଭ ତିଥି: ତୃତୀୟା, ନବମୀ , ଦଶମୀ
ଶୁଭ ରତ୍ନ: ରକ୍ତ ପ୍ରବାଳ
ଶୁଭ ରଙ୍ଗ: ନାଲି

ଚଳିତ ବର୍ଷ ଆରମ୍ଭରୁ ବିଛା ରାଶିର ଲଗ୍ନାଧିପତି ମଙ୍ଗଳ ୨ୟ ଭାବରେ ରବି, ବୁଧ, ଶୁକ୍ରଙ୍କ ସହିତ ଯୁକ୍ତ ହୋଇ ଅବସ୍ଥାନ କରିବେ। ବର୍ଷ ଆରମ୍ଭରୁ ଜୁନ ମାସ ପର୍ଯ୍ୟନ୍ତ ବୃହସ୍ପତି ୮ମ ଭାବରେ ଗୋଚର କରିବେ। ବକ୍ର ହୋଇ ମିଥୁନ ରାଶିରେ ରହୁଥିବା ସମୟରେ ଅଶୁଭ ଫଳ ପ୍ରଦାନ କରିବେ। ପାପ ଗ୍ରହ ରାହୁ ଚତୁର୍ଥ ଭାବରେ ଗୋଚର କରିବେ। ଯାନବାହାନ ଦିଗରେ ଅଶୁଭ ଫଳ ପ୍ରଦାନ କରିବେ। କେତୁ ୧୦ ମ ଭାବରେ ଥାଇ ଶୁଭ ଫଳ ପ୍ରଦାନ କରିବେ।

ସ୍ୱାସ୍ଥ୍ୟ: ଲଗ୍ନାଧିପତି ମଙ୍ଗଳ ମିତ୍ରଙ୍କ ଗୃହରେ ଓ ରୋଗ କାରକ ଗ୍ରହ ମଧ୍ୟମ ଶୁଭ ଭାବରେ ଥିବାରୁ ଚଳିତ ବର୍ଷ ବିଛା ରାଶିର ଲୋକମାନଙ୍କର ସ୍ୱାସ୍ଥ୍ୟର ସ୍ଥିତି ଠିକ ଠାକ ରହିବ। ଛୋଟ ମୋଟ ଥଣ୍ଡା, କଫ ଜନିତ ସମସ୍ଯା ଦେଖାଦେଇପାରେ। ମନ ବିଷାଦ ଗ୍ରସ୍ତ ହୋଇବ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ।ଏକାଗ୍ରତା କମିବ। ସମୟ ସମୟରେ ପେଟରେ ଗ୍ଯାସ, ଛାତି ବିନ୍ଧା , ପିତ ଜନିତ ସମସ୍ଯା ଦେଖାଦେଇ ପାରେ।

ପାରିବାରିକ ସ୍ଥିତି: ଚଳିତ ବର୍ଷ ବିଛା ରାଶିର ବ୍ୟକ୍ତିଙ୍କର ବର୍ଷ ଆରମ୍ଭରୁ ଜୁନ ମାସ ପର୍ଯ୍ୟନ୍ତ ପାରିବାରିକ ସମସ୍ଯା ବୃଦ୍ଧି ହୋଇପାରେ। ବିରକ୍ତି ଭାବ ସାମାନ୍ୟ ବୃଦ୍ଧି ହୋଇବ। ଗୋଟେ ପରେ ଗୋଟେ ପାରିବାରିକ ସମସ୍ଯା ବ୍ୟସ୍ତ କରିବ। ପରିବାରରେ ସମ୍ମାନ ହାନୀ ହୋଇବ। ଆର୍ଥିକ ସମସ୍ଯା ଯୋଗୁ ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହୋଇବେ। ବନ୍ଧୁ ମାନଙ୍କ ଠାରୁ ଅପମାନିତ ହୋଇପାରନ୍ତି। ଖଳ ବନ୍ଧୁ ମାନେ ଭୁଲ ବାଟରେ ଚାଲିବା ପାଇଁ ପ୍ରୋସ୍ରାହିତ କରିବେ। ପରିବାରର ଲୋକମାନଙ୍କ ସହିତ ଭୁଲ ବୁଝାମଣା ଯୋଗୁ ମତାନ୍ତର ଦେଖାଦେଇପାରେ। ପରିବାରରେ ଥିବା ଶୁଭ କର୍ମରେ ବିଳମ୍ବ ହୋଇବ। ଯାନବାହାନରେ ସମସ୍ଯା, ଯାନ ଚୋରୀ ହେବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କ ଦିଗରେ ଶୁଭ। ଆଦର୍ଶ ସାଧ୍ୟ ଚୟନ କରିପାରନ୍ତି। ବିଦ୍ୟା ଦିଗରେ ଉତଥାନ ପତନ ଦେଖାଦେବ। ବିଦ୍ୟାର୍ଥୀ ମାନେ ମଧ୍ୟମ ଧରଣର ଅଧ୍ୟୟନ କରିବେ। ମନୋରଞ୍ଜନରେ ଅଧିକ ସମୟ ବିତାଇବେ। ଜୁନ ମାସ ପାରେ ପାରିବାରିକ ସ୍ଥିତିରେ ପରିବର୍ତ୍ତନ ହୋଇବ।ମାନସମ୍ମାନ ବୃଦ୍ଧି ହୋଇବ। ଉନ୍ନତିର ସୁଯୋଗ ପ୍ରାପ୍ତ କରିବେ। ସାଧାରଣ ଜୀବନ ଚର୍ଯ୍ୟାରେ କୌଣସି ବାଧା ବିଘ୍ନ ଉତ୍ପନ୍ନ ହୋଇବ ନାହିଁ। ବିବାହ ପାଇଁ ଆଶାୟିତ ବ୍ୟକ୍ତି ମାନଙ୍କର ବିବାହ ଜୁନ ମାସ ପାରେ ସ୍ଥିରିକୃତ ହୋଇବ। କର୍ମରେ ସାମାନ୍ୟ ଶିଥିଳତା ଆସିବ। ଧୀର ସ୍ଥିର ଭାବରେ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହୋଇବେ। ମାମୁଁ ଘର ତରଫରୁ କିଛି ଅର୍ଥ ଲାଭ କରିପାରନ୍ତି।

କର୍ମ ବା ଚାକିରୀ: ଚଳିତ ବର୍ଷ ବିଛା ରାଶିର ଚାକିରୀ ଯୋଗରେ ଶନିଙ୍କର ପ୍ରଭାବ ରହୁଥିବାରୁ କର୍ମ କ୍ଷେତ୍ରରେ ସବୁ ସମୟରେ କର୍ମରେ ହଇରାଣ ହରକତ ହୋଇପାରନ୍ତି। କର୍ମରେ ଏକାଗ୍ରତା ଯୋଗୁ ସମସ୍ୟାର ସମାଧାନ କରିପାରିବେ। ଚାକିରୀରେ ଅସ୍ଥିର ପରିସ୍ଥିତି ଉତ୍ପନ୍ନ ହୋଇପାରେ। କର୍ମର ଚାପ ଅଧିକ ରହିବ। ଚାକିରୀ କ୍ଷେତ୍ରରେ କୋର୍ଟ କଚେରୀର ସମସ୍ଯା ଦେଖା ଦେଇପାରେ।

ବ୍ୟବସାୟ: ଚଳିତ ବର୍ଷ ବ୍ୟବସାୟର ସ୍ଥିତି ସାମାନ୍ୟ ମାନ୍ଦା ରହିବ। ଅନ୍ୟ ମାନଙ୍କ କଥାରେ ପରିଚାଳିତ ହୋଇ ବ୍ୟବସାୟର ପଦ୍ଧତି ପରିବର୍ତ୍ତନ କରିବେ। ବ୍ୟବସାୟ କମ ହୋଇବ। ବ୍ୟବସାୟରେ ସମୟ ଓ କର୍ମ ତତ୍ପରତା କମିବାରୁ ଲାଭର ପରିମାଣ ମଧ୍ୟ କମିବ। ଅନ୍ୟ ମନସ୍କ ହୋଇ ଅର୍ଥ ଲେନ ଦେନରେ ଭୁଲ କରିପାରନ୍ତି। କ୍ଷତିର ସମୁଖୀନ ହେବାକୁ ପଡିପାରେ।

ପ୍ରତିକାର:

  1. ପ୍ରତିଦିନ ସ୍ନାନ ପରେ ନୃସିଂହଙ୍କ ମନ୍ତ୍ର ପାଠ କାଇବା ଶୁଭ ପ୍ରଦ ହୋଇବ।
  2. ସ୍ନାନ ପାରେ ମୁଣ୍ଡରେ ହଳଦୀ ଟିପା ଲଗାଇବେ।

ଧନୁ:

Sagittarius
ରାଶି ଚିହ୍ନ: Bow and arrow ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: ପିତ୍ତ ବୃହସ୍ପତି: ଧର୍ମ
ଗୁଣ: ସତ୍ତ୍ଵ ଶୁକ୍ର: ପ୍ରେମ
ନକ୍ଷତ୍ର: 19, 20, 21 ଶନି କର୍ମ
ନାମ ଅକ୍ଷର: ଯେ, ଯୋ, ବା, ବି
ଶୁଭ ବାର: ରବିବାର, ସୋମବାର, ଗୁରୁବାର
ଶୁଭ ତିଥି: ପଞ୍ଚମୀ, ଦଶମୀ , ଦ୍ଵାଦଶୀ
ଶୁଭ ରତ୍ନ: ପୁଷ୍ପରାଗ
ଶୁଭ ରଙ୍ଗ: ହଳଦୀ

ଚଳିତ ବର୍ଷ ଆରମ୍ଭ ସମୟରେ ବୃହସ୍ପତି ୭ ମ ଭାବରେ ମିଥୁନ ରାଶିରେ ଗୋଚର କରୁଥିବାରୁ ଶୁଭ ଫଳ ପ୍ରଦାନ କରିବେ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଜୁନ ମାସରେ କର୍କଟ ରାଶିକୁ ବୃହସ୍ପତି ସଂଚାର ହୋଇଲେ ପାରିବାରିକ ସମସ୍ଯା ବୃଦ୍ଧି ହୋଇବ। ସ୍ୱାସ୍ଥ୍ୟ ଗତ ସମସ୍ଯା ଲାଗି ରହିବ। ବର୍ଷ ସାରା ଶନି ଅଶୁଭ ଭାବରେ ରହୁଥିବାରୁ ଅଶାନ୍ତି ଓ ଅସନ୍ତୋଷ ଦେଖାଦେବ। ରାହୁ ଓ କେତୁ ମଧ୍ୟମ ଫଳ ପ୍ରଦାନ କରିବେ।

ସ୍ୱାସ୍ଥ୍ୟ: ଲଗ୍ନାଧିପତିଙ୍କ ଉପରେ କେତକ ଶୁଭ ଗ୍ରହଙ୍କ ଦ୍ରୁଷ୍ଟି ଜୁନ ମାସ ପର୍ଯ୍ୟନ୍ତ ରହିବ। ସ୍ୱାସ୍ଥ୍ୟ ଗତ ସମସ୍ଯା କମ ରହିବ। ଜୁନ ମାସ ପରେ ବୃହସ୍ପତି ୮ମ କୁ ଗଲେ ବହୁ ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେବ। ପୁରାତନ ରୋଗ ବୃଦ୍ଧି ହୋଇବ। ଥଣ୍ଡା ଜନିତ ରୋଗରେ ପୀଡା ଭୋଗ କରିବେ। ଶରୀରରେ ପିତର ମାତ୍ରା ବୃଦ୍ଧି ହୋଇବ। ପେଟ ଜନିତ ସମସ୍ଯା ଦେଖାଦେବ। ମାନସିକ କଷ୍ଟ ଭୋଗ କରିବେ। ପରକଥାରେ ପରିଚାଳିତ ହୋଇବେ। କର୍ମରେ ଆଗ୍ରହ କମିବ। ମନରେ ରୋଗର ଭୟ ବୃଦ୍ଧି ହୋଇବ। ବାରମ୍ବାର ଡାକ୍ତରୀ ଯାଞ୍ଚ କରାଇବେ।

ପାରିବାରିକ ସ୍ଥିତି: ଚଳିତ ବର୍ଷ ରାଶି ଚକ୍ରରେ ଶନି ଅଶୁଭ ରହୁଥିବାରୁ ଧନୁ ରାଶିର ବ୍ୟକ୍ତି ମାନେ ସବୁ ସମୟରେ କିଛି ନା କିଛି ସମସ୍ୟାର ସମୁଖୀନ ହୋଇବେ। ବର୍ଷ ଆରମ୍ଭର ୫ ମାସ କାର୍ଯ୍ୟରେ ସଫଳତା ହାସଲ କରିପାରିବେ। ନୂତନ ଯୋଜନା ଫଳବତୀ ହୋଇପାରିବ। ଉନ୍ନତି ମୂଳକ କାର୍ଯ୍ୟରେ ବାଧା ବିଘ୍ନକୁ ଏଡାଇ ସଫଳତା ଲାଭ କରି ପାରିବେ। ଦେବ କାର୍ଯ୍ୟରେ ମନଯୋଗ ଲଗାଇବେ। ସନ୍ତାନ ମାନଙ୍କର ଯତ୍ନ ନେବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ମନ ଲଗାଇବେ। ସଫଳତା ପରିଶ୍ରମ ଦ୍ଵାରା ପ୍ରାପ୍ତ ହୋଇବ। ବର୍ଷ ଆରମ୍ଭରୁ ଚାଲୁଥିବା ପରିବାର ସଦସ୍ୟ ମାନଙ୍କ ପ୍ରତି ବିରକ୍ତି, କଟୁ ବଚନ ଯୋଗୁ ସମ୍ପର୍କରେ ହୋଇଥିବା ଅସନ୍ତୋଷ କମିବ। ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହୋଇବେ। କେତକ ଦୁର୍ଭାଗ୍ୟ ପୂର୍ଣ୍ଣ ପରିସ୍ଥିତି ଉତ୍ପନ୍ନ ହୋଇପାରେ। ପିତୃ ଶ୍ରେଣୀୟ ଲୋକ ଅସୁସ୍ଥ ହୋଇପାରନ୍ତି। ଜୁନ ମାସ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଜଟିଳ ସମସ୍ଯା ଦେଖାଦେବ। ପାରିବାରିକ ସ୍ଥିତିରେ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଉତ୍ପନ୍ନ ହୋଇବ। ଶାରୀରିକ ଅସୁସ୍ଥତା ସତ୍ବେ କାର୍ଯ୍ୟର ଭାର ଅଧିକ ଥିବାରୁ ବ୍ୟସ୍ତ ହୋଇବେ। କୁସଙ୍ଗ ଦୋଷ ଯୋଗୁଁ କୁ ପଥରେ ପରିଚାଳିତ ହୋଇପାରନ୍ତି। ବିଦ୍ୟାରେ ଅଧୋଗତି ଦେଖାଦେବ। ଶାରୀରିକ ଓ ମାନସିକ ପୀଡା ଭୋଗ କରିବେ। ମାଲି ମକଦ୍ଧମାରେ ଅର୍ଥ କ୍ଷୟ , ସମ୍ମାନ ହାନୀ ଭଳି ଯୋଗ ଥିବାରୁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ ହୋଇବ। ନିଜ ଲୋକଙ୍କ ସହିତ ମତାନ୍ତର, ଭୂଲ ବୁଝାମଣା ଯୋଗୁ ଅର୍ଥ ହାନୀ, ପ୍ରାଣପୀଡା ଭଳି ସ୍ଥିତି ଉତ୍ପନ୍ନ ହୋଇବ।

କର୍ମ ବା ଚାକିରୀ: ଚଳିତ ବର୍ଷ ଭାଗ୍ଯାଧିପତି ଓ କର୍ମ କାରକ ଗ୍ରହ ବର୍ଷ ଆରମ୍ଭରେ ଶୁଭ ରହୁଥିବାରୁ କର୍ମରେ ଉନ୍ନତି, ପ୍ରଶଂସା, ସମ୍ମାନ ଲାଭ ହୋଇବ। ମାତ୍ର ବର୍ଷର ମଧ୍ୟ ଭାଗରେ ଅତ୍ୟନ୍ତ ଜଟିଳ ସ୍ଥିତି ଉତ୍ପନ୍ନ ହୋଇବ। କର୍ମର ଚାପ ବଢିବ। ଅପବାଦ, ସହକର୍ମୀ ମାନଙ୍କର ଅସହଯୋଗ ଯୋଗୁ କର୍ମରେ ଉତଥାନ ପତନ ଦେଖାଦେବ। ସ୍ଥାନନ୍ତରଣର ଯୋଗ ରହିଛି। ବର୍ଷର ଶେଷ ଦୁଇ ମାସ ପରିସ୍ଥିତି ସାମାନ୍ୟ ରହିବ।

ବ୍ୟବସାୟ: ଚଳିତ ବର୍ଷ ଧନୁ ରାଶିର ବ୍ଯବସାୟିକ ସ୍ଥିତି ଭଲ ରହିଛି। ଆୟ ଉତ୍ତମ ରହିବ। ଔଷଧରେ ଖର୍ଚ୍ଚ ହୋଇବ। ସଉଦା ବ୍ୟବସାୟରେ ଶୁଭ। ଆୟ ଭଲ ହୋଇଲେ ମଧ୍ୟ ବ୍ୟୟର ମାତ୍ରା ଅଧିକ ରହିବ।

ପ୍ରତିକାର:

  1. ପ୍ରତିଦିନ ହନୁମାନ ଚାଳିଶା ପାଠ କରିବେ।
  2. ପ୍ରତି ଶନିବାର ଶନି ମନ୍ଦିରରେ ଦୀପ ଜଳାଇବେ।

ମକର:

CAPRICORN
ରାଶି ଚିହ୍ନ: Goat ରବି: ପ୍ରାଣ
କ୍ଷେତ୍ର: ଶନି ଚନ୍ଦ୍ର: ମନ
ତତ୍ତ୍ଵ: Earth ବୁଧ: ବୁଦ୍ଧି
ନାଡୀ: Pitta ବୃହସ୍ପତି: ଧର୍ମ
ଗୁଣ: ରଜ୍ଜୋ ଶୁକ୍ର: ପ୍ରେମ
ନକ୍ଷତ୍ର: 21, 22, 23 ଶନି କର୍ମ
ନାମ ଅକ୍ଷର: ବେ, ଜା, ଜୀ, ଜୁ
ଶୁଭ ବାର: ଶୁକ୍ରବାର, ଶନିବାର
ଶୁଭ ତିଥି: ନବମୀ, ଦଶମୀ , ଦ୍ଵାଦଶୀ
ଶୁଭ ରତ୍ନ: ନୀଳା
ଶୁଭ ରଙ୍ଗ: ଧଳା, ନୀଳ

ଚଳିତ ବର୍ଷ ଆରମ୍ଭରୁ ମକର ରାଶିର ଅଧିପତି ଶନି ମୀନ ରାଶିରେ ଗୋଚର କରିବେ। ଶୁଭ ଗ୍ରହ ଶୁକ୍ର ୧୨ଶ ସ୍ଥାନ ଧନୁ ରାଶିରେ ଗୋଚର କରିବେ। ବର୍ଷ ଆରମ୍ଭରୁ ଜୁନ ମାସ ପର୍ଯ୍ୟନ୍ତ ବୃହସ୍ପତି ଶୁଭ। ମିଶ୍ର ଭାବରେ ଫଳ ପ୍ରଦାନ କରିବେ। ଜୁନ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବୃହସ୍ପତି ମକର ରାଶିକୁ ଅତି ଶୁଭ ଫଳ ପ୍ରଦାନ କରିବେ। ବର୍ଷର ଶେଷ ଦୁଇ ମାସ ବୃହସ୍ପତି ମକର ରାଶିକୁ ଅଶୁଭ ଫଳ ପ୍ରଦାନ କରିବେ। ବର୍ଷ ସାରା ଶନି ମୀନ ରାଶିରେ ରହି ଶୁଭ ଫଳ ପ୍ରଦାନ କରିବେ। ରାହୁ ଓ କେତୁ ୨ୟ ଓ ୮ମ ଭାବରେ ଥାଇ ଅଶୁଭ ଫଳ ପ୍ରଦାନ କରିବେ।

ସ୍ୱାସ୍ଥ୍ୟ: ଚଳିତ ମାସ ଆରମ୍ଭରୁ ଜୁନ ମାସ ପର୍ଯ୍ୟନ୍ତ ବୃହସ୍ପତି ରାହୁକୁ ଦେଖିବେ। ଅନିୟମିତ ଖାଦ୍ଯ ପେୟ , ମନରେ ଭୟ, ଛୋଟ ମୋଟ ରୋଗପୀଡା ଲାଗି ରହିବ। ବର୍ଷର ପ୍ରଥମ ୨ ମାସ ସ୍ୱାସ୍ଥ୍ୟ ପୀଡା , ଅସ୍ତ୍ରୋପଚାର , ଥଣ୍ଡା ଆଦିର ପ୍ରକୋପ ରହିବ। ଜୁନ ମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ଯା ରହିବ। ଇନଫେକ୍ଶନ, ପେଟ ରୋଗ, ପିତ ଜନିତ ସମସ୍ଯା ଯୋଗୁ ଗ୍ଯାସ , ମୁଣ୍ଡ ବିନ୍ଧା, ଆଦି ସମସ୍ଯା ଦେଖାଦେବ। ମନରେ କାମ ପ୍ରବଣତା ବୃଦ୍ଧି ପାଇବ। ଜୁନ ମାସ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ମଧୁ ମେହ ଆଦି ରୋଗର ସମ୍ଭାବନା ରହିଛି।

ପାରିବାରିକ ସ୍ଥିତି: ଚଳିତ ବର୍ଷ ମକର ରାଶିର ବ୍ୟକ୍ତି ମାନଙ୍କର ପାରିବାରିକ ଜୀବନ ବହୁ ଉତଥାନ ପତନ ଦେଇ ଗତି କରିବ। ଲଗ୍ନାଧିପତି ୩ୟ ଭାବରେ ଥିବାରୁ ଭାଇ ଭଉଣୀ ମାନଙ୍କ ପ୍ରତି ସମ୍ବେଦନଶୀଳ ମନୋବୃତ୍ତି ରହିବ। ସାଧାରଣ ଜୀବନ ଚର୍ଯ୍ୟା ମଧ୍ୟରେ ଛୋଟ ମୋଟ ସମସ୍ଯା ଦେଖାଦେବ। ଅଯଥାରେ ବହୁ ଅର୍ଥ ବ୍ୟୟ ହୋଇବ। ସନ୍ତାନ ମାନଙ୍କର ଉନ୍ନତି ପାଇଁ ଚେଷ୍ଟା କରିବେ। ସମ୍ପର୍କୀୟ ମାନଙ୍କ ସହ ମନୋମାଳିନ୍ୟ ହୋଇପାରେ। ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରିବେ। ବର୍ଷ ସାରା ସବୁ ସମୟରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ଲାଭ କରିବେ। ଶତ୍ରୁ ମାନେ ଆପଣଙ୍କ ପଛରେ ଅପବାଦ ଦେଇପାରନ୍ତି। ପରିବାର ଲୋକମାନଙ୍କ ପ୍ରତି ନ୍ୟାୟ ପୂର୍ଣ୍ଣ ଭାବ ପ୍ରଦର୍ଶନ କରିବେ। ବ୍ୟୟର ମାତ୍ରା ଅଧିକ ରହିବ। ପ୍ରେମ ସମ୍ପର୍କରେ ସଫଳତା ଲାଭ କରିବେ। ଚାକିରୀ ପାଇବା ପାଇଁ ଆଶାୟିତ ପ୍ରାର୍ଥୀମାନେ ଫଳ ଲାଭ କରିବେ। ମନରେ ଥିବା ବହୁ ଦିନର ଆଶା ପୂରଣ ହୋଇବ। ସ୍ୱାସ୍ଥ୍ୟ ଦିଗରେ ସମସ୍ଯା ହୋଇବ। ବର୍ଷର ମଧ୍ୟ ଭାଗରେ ମକର ରାଶିର ବ୍ୟକ୍ତିଙ୍କର ପାରିବାରିକ ସୌଖ୍ୟ ଲାଭ ହୋଇବ। ଶୁଭ କର୍ମରେ ବିଳମ୍ବ ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ଏକାଗ୍ରତା ଯୋଗୁ ବିଦ୍ୟାରେ ସଫଳତା ଲାଭ ହୋଇବ। ପରିବାରରେ ଶୁଭ କର୍ମରେ ବିଳମ୍ବ ହୋଇବ। ପରିବାରରେ ସ୍ତ୍ରୀଙ୍କ ପାଇଁ ଅର୍ଥ ବ୍ୟୟର ଯୋଗ ରହିଛି। ରାଶିଚକ୍ରରେ ବୃହସ୍ପତି ଶୁଭ ରହୁଥିବାରୁ ସାଧାରଣ ଜୀବନ ଚର୍ଯ୍ୟା ଠିକ ଠାକ ଚାଲିବ। ପରିବାରର ମହିଳାମାନେ କର୍ତ୍ତବ୍ୟ ପରାୟଣ ହୋଇବେ। ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମରେ ଫଳ ଲାଭ କରିବେ।

କର୍ମ ବା ଚାକିରୀ: ଚଳିତ ବର୍ଷ ମକର ରାଶିର ଚାକିରୀ କ୍ଷେତ୍ରରେ ବର୍ଷ ଆରମ୍ଭରେ ସ୍ଥିତି ଉତ୍ତମ ରହିବ। ମଧ୍ୟ ଭାଗରେ ଉନ୍ନତି ଓ ଫଳ ଲାଭ ହୋଇବ। କର୍ମ କ୍ଷେତ୍ରରେ ମତାନ୍ତର ସତ୍ବେ ପ୍ରଶଂସା ଲାଭ କରିବେ। ଉଚ୍ଚ ପଦସ୍ଥ ବ୍ୟକ୍ତି ମାନଙ୍କୁ ପ୍ରସନ୍ନ କରିବାକୁ ପଡିବ। କାର୍ଯ୍ୟର ଭାର ଅଧିକ ରହିବ। ବର୍ଷର ଶେଷ ସମୟରେ କର୍ମ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ ହୋଇବ। ଷଡଯନ୍ତ୍ରର ଶିକାର ହୋଇପାରନ୍ତି।

ବ୍ୟବସାୟ: ଚଳିତ ବର୍ଷ ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ ବ୍ଯବସାୟିକ ଦୃଷ୍ଟିରୁ ଶୁଭ ପ୍ରଦ ହୋଇବ। ପ୍ରଥମ ଭାଗରେ ବ୍ୟବସାୟରେ ଲାଭବାନ ହୋଇପାରିବେ। ମଧ୍ୟ ଭାଗରେ ବ୍ୟବସାୟରେ ଉନ୍ନତି ହୋଇବ। ଶେଷ ଭାଗରେ ଅର୍ଥ ହାନୀ, ସମ୍ମାନ ହାନୀ ଆଦି ସମସ୍ଯା ଦେଖାଦେବ।

ପ୍ରତିକାର:

  1. ଶିବ ମନ୍ଦିରରେ ରୁଦ୍ରାଭିଷେକ କରିବେ।
  2. କୁଷ୍ଠ ରୋଗୀ ମାନଙ୍କୁ ଖାଇବାକୁ ଦେବେ।
  3. ମୁଣ୍ଡରେ ସ୍ନାନ ପରେ ହଳଦୀ ଟିପା ଲଗାଇବେ।

କୁମ୍ଭ:

AQUARIUS
ରାଶି ଚିହ୍ନ: ପୂର୍ଣ୍ଣ କୁମ୍ଭ ରବି: ପ୍ରାଣ
କ୍ଷେତ୍ର: ଶନି ଚନ୍ଦ୍ର: ମନ
ତତ୍ତ୍ଵ: ବାୟୁ ବୁଧ: ବୁଦ୍ଧି
ନାଡୀ: ବାତ୍ତ ବୃହସ୍ପତି: ଧର୍ମ
ଗୁଣ: ତମ ଶୁକ୍ର: ପ୍ରେମ
ନକ୍ଷତ୍ର: 23, 24, 25 ଶନି କର୍ମ
ନାମ ଅକ୍ଷର: ଗୁ, ଗେ, ଗୋ, ସା
ଶୁଭ ବାର: ଶୁକ୍ରବାର, ଶନିବାର
ଶୁଭ ତିଥି: ନବମୀ, ଦଶମୀ , ଦ୍ଵାଦଶୀ
ଶୁଭ ରତ୍ନ: ନୀଳା
ଶୁଭ ରଙ୍ଗ: ନୀଳ

ଚଳିତ ବର୍ଷ କୁମ୍ଭ ରାଶିର ଲଗ୍ନାଧିପତି ଶନି ମୀନ ରାଶିରେ ବୃହସ୍ପତିଙ୍କ ଗୃହରେ ଅଶୁଭ ଭାବରେ ବର୍ଷ ତମାମ ଗୋଚର କରିବେ। ବୃହସ୍ପତି ବର୍ଷ ଆରମ୍ଭରୁ ଜୁନ ମାସ ପର୍ଯ୍ୟନ୍ତ ଓ ଅକ୍ଟୋବର ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରିବେ। ମଧ୍ୟ ଭାଗର ୨ ମାସ ସଂପୂର୍ଣ୍ଣ ଅଶୁଭ ଫଳ ପ୍ରଦାନ କରିବେ। ଏକାଦଶ ଗୃହରେ ଶୁଭ ଗ୍ରହ ଶୁକ୍ର ଅବସ୍ଥାନ କରିବେ। ତେଣୁ ବୃହସ୍ପତିଙ୍କ ଶୁଭ ଗୋଚର ସମୟରେ ଲାଭବାନ ହୋଇପାରିବେ। ପାପ ଗ୍ରହ ରାହୁ ଓ କେତୁ ଲଗ୍ନ ଓ ୭ମ ଭାବରେ ଥାଇ ବର୍ଷ ସାରା ଅଶୁଭ ଫଳ ପ୍ରଦାନ କରିବେ। ମନରେ ସ୍ଵାର୍ଥର ଭାବନା ଅଧିକ ରହିବ। ସ୍ପଷ୍ଟବାଦୀ ସ୍ଵଭାବ ଦେଖାଦେବ। ଅହଂ ଭାବ ବୃଦ୍ଧି ପାଇବ। କେତୁ ସପ୍ତମରେ ଥାଇ ପାରିବାରିକ କ୍ଷେତ୍ରରେ ଅସନ୍ତୋଷ ଭାବ ସୃଷ୍ଟି କରିବେ।

ସ୍ୱାସ୍ଥ୍ୟ: ଶନିଙ୍କ ଉପରେ ମଙ୍ଗଳଙ୍କ ଦ୍ରୁଷ୍ଟି ଯୋଗୁ ମନରେ ଅଶାନ୍ତି ଦେଖାଦେବ। ମାନସିକ ଅଶାନ୍ତି, ବିରକ୍ତି ଭାବ ପ୍ରକାଶ ପାଇବ। କଫ, କାଶ, ଥଣ୍ଡା ଆଦି ରୋଗରେ ପୀଡା ଭୋଗ କରିବେ। ଗ୍ଯାସ ଓ ବାୟୁ ଜନିତ ସମସ୍ଯା ବୃଦ୍ଧି ହୋଇବ। କର୍ମରେ ଆଗ୍ରହ କମିବ। ବେକ ଓ ମୁଣ୍ଡ ବିନ୍ଧାରେ ସମସ୍ଯା ଦେଖାଦେଇପାରେ। ହଜମ କ୍ରିୟାରେ ପ୍ରଭେଦ ଦେଖାଦେବ। ବଦହଜମ ହୋଇପାରେ। ମନରେ ବିରକ୍ତି ଓ ଆତ୍ମ ଅଭିମାନ ଭାବ ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ସହ ମିଶି ପାରିବେ ନାହିଁ।

ପାରିବାରିକ ସ୍ଥିତି: ଚଳିତ ବର୍ଷ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପରିବାରରେ ଛୋଟ ମୋଟ ଅଶାନ୍ତି, କଳହ ଦେଖାଦେବ। ଭାଇ ଭାଇ ମଧ୍ୟରେ ଜମି ବାଡିକୁ କେନ୍ଦ୍ର କରି ଭାତୃ ବିବାଦ ଉତ୍ପନ୍ନ ହୋଇପାରେ। ବିବାଦ କୋର୍ଟ କଚେରୀ, ମାଲି ମକଦ୍ଧମା ଆଡକୁ ଗତି କରିବ। ପରିବାରରେ ବହୁ ପ୍ରକାରର ଦାୟୀତ୍ଵ ପଡୁଥିବାରୁ ଆର୍ଥିକ କ୍ଷୟ କ୍ଷତିର ସମ୍ଭାବନା ରହିଛି। ସନ୍ତାନ ମାନେ ଭଲ ପ୍ରଦର୍ଶନ କଲେ ମଧ୍ୟ ସେମାନଙ୍କର ଖର୍ଚ୍ଚ ଆପଣଙ୍କ ଉପରେ ଚାପ ପକାଇବ। ବିଦ୍ୟାର୍ଥୀ ମାନେ ସତ ଚେଷ୍ଟା କଲେ ମଧ୍ୟ ବିଦ୍ୟାରେ ଅସଫଳ ହୋଇବେ। ଆଶା ଅନୁରୂପକ ଫଳ ଲାଭ ହୋଇବ ନାହିଁ। ପରିବାରରେ ହେବାକୁ ଥିବା ଶୁଭ କର୍ମରେ ବିଳମ୍ବ, ପାରିବାରିକ କଳହ ବୃଦ୍ଧି ପାଇବ। ମନ ଚଞ୍ଚଳ ହୋଇବ। ସ୍ତ୍ରୀଙ୍କ ସହ ଅର୍ଥକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇବ। ବୃହସ୍ପତି ଶୁଭ ଥିବାରୁ ବହୁ ଅଶୁଭ ଫଳ କମ ହୋଇବ। ଆର୍ଥିକ ଆୟ ଭଲ ରହିବ। ପୂର୍ବରୁ ଅର୍ଜିତ ଥିବା ଧନ ଗୃହ, ଗାଡି ଆଦି ଦ୍ରବ୍ୟରେ ବ୍ୟୟ ହୋଇବ। ଦେହପୀଡା ଯୋଗୁ ମନରେ ଭୟ ରହିବ। ରାଗ, ମସଲା ଆଦି ଖାଦ୍ୟ ଭଲ ଲାଗିବ। ନୂତନ ଉନ୍ନତି ମୂଳକ କାର୍ଯ୍ୟରେ ବିଳମ୍ବ ହୋଇବ। କର୍ମ କ୍ଷେତ୍ରରେ ଚାପରୁ ମୁକ୍ତ ରହିବେ। ସାମାଜିକ ସ୍ଥିତିରେ ବହୁ ଅପ୍ରୀତିକର ପରିସ୍ଥିତି ଉତ୍ପନ୍ନ ହୋଇବ। ସମ୍ମାନ ହାନୀ ହୋଇବ। ଉନ୍ନତି ପଥରେ ଅଗ୍ରସର ହେବାର ଆଶା ଅଧିକ ରହିବ। ପର ଧନରେ ଲୋଭ ପଡିବ। ବର୍ଷ ଶେଷ ସମୟରେ ବିଦ୍ୟା ଦିଗରେ ଶୁଭ ଫଳ ଲାଭ ହୋଇପାରିବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନରେ ରହୁଥିବା ଅଶାନ୍ତି କମିବ। ପ୍ରେମ ଓ ସ୍ନେହର ଭାବନା ବୃଦ୍ଧି ପାଇବ। ସନ୍ତାନ ମାନଙ୍କର ବିଦ୍ୟା, ସ୍ୱାସ୍ଥ୍ୟ ଆଦି ସମସ୍ୟାକୁ ନେଇ ବ୍ୟସ୍ତ ରହିବେ।

କର୍ମ ବା ଚାକିରୀ: ଚଳିତ ବର୍ଷ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର କର୍ମ କାରକ ଗ୍ରହ ୧୧ଶ ଗୃହରେ ଥିବାରୁ ଚାକିରୀ କ୍ଷେତ୍ରରେ ଆର୍ଥିକ ସୁବିଧା ପ୍ରାପ୍ତ ହୋଇବ। କର୍ମ କ୍ଷେତ୍ରରେ କର୍ମର ଚାପ, ସହକର୍ମୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ବୃଦ୍ଧି ପାଇବ। ଅର୍ଥ ଉଦ୍ଦେଶ୍ୟରେ ଓଭରଟାଇମ କାମ କରି ଲାଭବାନ ହୋଇପାରିବେ।

ବ୍ୟବସାୟ: ଚଳିତ ବର୍ଷ ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗୀତା ବୃଦ୍ଧି ପାଇବ। ବର୍ଷର ଆରମ୍ଭ ୫ ମାସ ପର୍ଯ୍ୟନ୍ତ ବ୍ୟବସାୟରେ ଲାଭ ପାଇପାରିବେ। ବ୍ଯବସାୟିକ ଲେନ ଦେନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ଠିକ ରହିବ। ବ୍ୟବସାୟ ବୃଦ୍ଧି ନିମନ୍ତେ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଜୁନ ମାସ ପରେ ବ୍ୟବସାୟ ସଂପୂର୍ଣ୍ଣ ରୂପେ ସତର୍କତା ଆବଶ୍ୟକ ହୋଇବ। ନଚେତ ଆର୍ଥିକ କ୍ଷୟ କ୍ଷତିର ସମୁଖୀନ ହେବାକୁ ପଡିବ। ବର୍ଷର ଶେଷ ୨ ମାସ ବ୍ୟବସାୟ ଦିଗରେ ଶୁଭ।

ପ୍ରତିକାର:

  1. ପ୍ରତିଦିନ ସ୍ନାନ ପରେ ନାରାୟଣ ସହସ୍ର ନାମ ପାଠ କରିବେ।
  2. ପ୍ରତି ଶନିବାର ଶନି ମନ୍ଦିରରେ ରାଶି ତେଲର ଦୀପ ଜଳାଇବେ।

ମୀନ:

PISCES
ରାଶି ଚିହ୍ନ: ଯୋଡି ମାଛ ରବି: ପ୍ରାଣ
କ୍ଷେତ୍ର: ବୃହସ୍ପତି ଚନ୍ଦ୍ର: ମନ
ତତ୍ତ୍ଵ: ଜଳ ବୁଧ: ବୁଦ୍ଧି
ନାଡୀ: କଫ ବୃହସ୍ପତି: ଧର୍ମ
ଗୁଣ: ସତ୍ତ୍ଵ ଶୁକ୍ର: ପ୍ରେମ
ନକ୍ଷତ୍ର: 25, 26, 27 ଶନି କର୍ମ
ନାମ ଅକ୍ଷର: ଦୀ, ଦୁ, ଦା
ଶୁଭ ବାର: ରବିବାର, ସୋମବାର, ଗୁରୁବାର
ଶୁଭ ତିଥି: ତୃତୀୟା, ନବମୀ, ଦ୍ଵାଦଶୀ
ଶୁଭ ରତ୍ନ: ପୋଖରାଜ
ଶୁଭ ରଙ୍ଗ: ହଳଦୀ

ଚଳିତ ବର୍ଷ ଲଗ୍ନାଧିପତି ବୃହସ୍ପତି ୪ର୍ଥ ଭାବ ମିଥୁନ ରାଶିରେ ବୁଧଙ୍କ ଗୃହରେ ଥିବାରୁ , ବୁଧ ବୃହସ୍ପତିଙ୍କ ଶତ୍ରୁ ହୋଇଥିବାରୁ ବର୍ଷର ପ୍ରଥମ ୫ ମାସ ଜୁନ ମାସ ପର୍ଯ୍ୟନ୍ତ ବୃହସ୍ପତି ଅଶୁଭ ଫଳ ପ୍ରଦାନ କରିବେ। ରବି, ମଙ୍ଗଳ, ବୁଧ, ଶୁକ୍ର ଏକତ୍ରିତ ହୋଇ ୧୦ମ ଗୃହରେ ଗୋଚର କରିବେ। କର୍ମ କ୍ଷେତ୍ର ପ୍ରଭାବିତ କରିବେ। ମୀନ ଲଗ୍ନରେ ଶନି ମୀନ ରାଶିକୁ ଅଶୁଭ ଫଳ ପ୍ରଦାନ କରିବେ। ପାପ ଗ୍ରହ ରାହୁ ୧୨ଶ ଭାବ, ଶନିଙ୍କ ଗୃହରେ ଥାଇ ଅଶୁଭ ଫଳ ପ୍ରଦାନ କରିବେ। ବର୍ଷ ସାରା ପାପ ଗ୍ରହ କେତୁ ଶୁଭ ଫଳ ପ୍ରଦାନ କରିବେ।

ସ୍ୱାସ୍ଥ୍ୟ: ମୀନ ରାଶିର ବ୍ୟକ୍ତି ମାନଙ୍କର ଏ ବର୍ଷ ସ୍ୱାସ୍ଥ୍ୟ ଦିଗରେ ବହୁ ସମସ୍ୟାର ସୁଯୋଗ ରହିଛି। ମଙ୍ଗଳଙ୍କ ଦ୍ରୁଷ୍ଟି ଶନିଙ୍କ ଉପରେ ପଡୁଥିବାରୁ ମୀନ ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଦିଗରେ ବହୁ ସମସ୍ଯା ଦେଖାଦେବ। ମଙ୍ଗଳଙ୍କ ଦୃଷ୍ଟିରେ ଶନି ରହୁଥିବାରୁ ଅସ୍ତ୍ରୋପଚାରର ଯୋଗ ରହିଛି। ଶରୀରରେ ଥିବା ପୁରାତନ ରୋଗ ବୃଦ୍ଧି ହୋଇବ। ପେଟ ରୋଗରେ ପୀଡା ଭୋଗ ହେବାର ସମ୍ଭାବନା ରହିଛି। ଅକ୍ଟୋବର ମାସ ଠାରୁ ବୃହସ୍ପତି ଷଷ୍ଠ ଭାବ ଶତ୍ରୁ ଯୋଗରେ ଗୋଚର କଲେ ରୋଗ ଶତ୍ରୁ ହୋଇ ବହୁ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମୁଖୀନ ହେବାକୁ ପଡିବ। ତେଣୁ ଚଳିତ ବର୍ଷ ମୀନ ରାଶିର ବ୍ୟକ୍ତି ମାନେ କେବଳ ସ୍ୱାସ୍ଥ୍ୟ ଦିଗରେ ସତର୍କ ହୋଇ ରହିଲେ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ରକ୍ଷା ପାଇ ପାରିବେ।

ପାରିବାରିକ ସ୍ଥିତି: ଚଳିତ ବର୍ଷ ମୀନ ରାଶିର ବ୍ୟକ୍ତି ମାନଙ୍କର ପାରିବାରିକ ସ୍ଥିତି ମଧ୍ୟମ ଧରଣର ରହିଛି। ଶନି ବୃହସ୍ପତିଙ୍କ ଗୃହରେ ଭଲ ଫଳ ପ୍ରଦାନ କରିଥାନ୍ତି। ମାତ୍ର ଶନି ମୀନ ରାଶିକୁ ଅଶୁଭ ହେଉ ଥିବାରୁ ପରିବାରରେ ମତାନ୍ତର, ମନାନ୍ତର ଦେଖା ଦେଇପାରେ।ବିରକ୍ତି ଭାବ ବୃଦ୍ଧି ପାଇବ। ପାରିବାରିକ ସୋଖ୍ୟ ପ୍ରାପ୍ତ ହୋଇବ। ସେବା, ସହାନୁଭୁତି ଲାଭ କଲେ ମଧ୍ୟ ଭୁଲ ବୁଝାମଣା ଯୋଗୁ ମନରେ ଅଶାନ୍ତି, ବନ୍ଧୁ ସମ୍ପର୍କୀୟଙ୍କ ସହ ବିରକ୍ତିକର ପରିସ୍ଥିତି ଉତ୍ପନ୍ନ ହୋଇବ। ଯାନ ବାହାନ ଯୋଗରେ ଛୋଟ ମୋଟ ସମସ୍ଯା ଦେଖାଦେବ। ମନରେ ଦେବ ଭକ୍ତିରେ ମନଯୋଗ ରହିବ। ସନ୍ତାନ ମାନେ ଅମାନିଆ ହୋଇବେ। ସେମାନଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଭଲ ପ୍ରଦର୍ଶନ କରି ପାରିବେ ନାହିଁ। ଶିକ୍ଷା କ୍ଷେତ୍ରରେ ଅଧୋଗତି ହୋଇବ। ଗୃହରେ ବ୍ୟୟର ମାତ୍ରା ଅଧିକ ରହିବ। ବିଭିନ୍ନ ଡ଼ିଆଇଜି ଦେଇ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଶ୍ଵଶୁର ଘର ଶୁଭ କର୍ମରେ ଅର୍ଥ ଖର୍ଚ୍ଚ ହୋଇବ। ପ୍ରେମ ଦିଗରେ ଶୁଭ। ପ୍ରେମ ସମ୍ପର୍କରେ ଉନ୍ନତି ହୋଇବ। ଯେଉଁ ମାନେ ବିବାହ ପାଇଁ ଆଶା ପୋଷଣ କରିଛନ୍ତି।, ସେମାନଙ୍କର ବିବାହ ଆଦି ଶୁଭ କର୍ମରେ ବିଳମ୍ବ ଜୋ ରହିଛି। ଭାତୃ ଶ୍ରେଣୀୟ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହୋଇବ। ମହିଳାମାନେ ସବୁ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବର୍ଷର ଶେଷ ଦୁଇ ମାସ ସମସ୍ଯା ବୃଦ୍ଧି ହୋଇବ।

କର୍ମ ବା ଚାକିରୀ: ଚଳିତ ବର୍ଷ ମୀନ ରାଶିର ବ୍ୟକ୍ତି ମାନେ ଚାକିରୀ କ୍ଷେତ୍ରରେ ବହୁ ସମସ୍ଯା ଦେଇ ଗତି କରିବେ। କାର୍ଯ୍ୟର ଚାପ ରହିବ। ଉପରିସ୍ଥ ଅଫିସରଙ୍କ ଠାରୁ ସହଯୋଗ ପାଇବେ। ଚାକିରୀ କ୍ଷେତ୍ରରେ ଆର୍ଥିକ ଲାଭ କମ ହୋଇବ। ଚାକିରୀ ପାଇଁ ଆଶାୟିତ ବ୍ୟକ୍ତି ମାନେ ନିଷ୍ପଳ ହୋଇବେ। ଚାକିରୀରେ ଅକ୍ଟୋବର ପରେ ସ୍ଥାନନ୍ତରଣର ଯୋଗ ରହିଛି।

ବ୍ୟବସାୟ: ଚଳିତ ବର୍ଷ ମୀନ ରାଶିର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ରରେ ମାନ୍ଦା ଅବସ୍ଥା ଅନୁଭବ କରିବେ। ବ୍ୟବସାୟ କମ ହୋଇବ। ଲାଭ କମ ହୋଇବ। ଆର୍ଥିକ ଲେନଦେନ ସମୟରେ ସତର୍କ ରହିବା ଆବଶ୍ୟକ।ନୂତନ ବ୍ୟବସାୟ ଆରମ୍ଭର ଯୋଗ ରହିଛି। କୌଣସି ବ୍ଯବସାୟିକ ଯୋଜନା ଫଳବତୀ ହେବାର ସମ୍ଭାବନା କମ ରହିଛି।

ପ୍ରତିକାର:

  1. ପ୍ରତିଦିନ ସକାଳୁ ସ୍ନାନ ପରେ ହନୁମାନ ଚାଳିଶା ପାଠ କରିବେ।
  2. ସୋମବାର ଶିବ ମନ୍ଦିରରେ ୧୦୮ ବେଲ ପତ୍ର ଓ କ୍ଷୀର ଚଢାଇବେ।