ମାସିକ ରାଶିଫଳ - ଏପ୍ରିଲ ୨୦୨୬

ଚୈତ୍ର ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ବୁଧବାର

Aries ମେଷ: ଚଳିତ ମାସରେ ଲଗ୍ନାଧିପତି ମଙ୍ଗଳ ଏକାଦଶ ଭାବ କୁମ୍ଭ ରାଶିରେ ପାପ ଗ୍ରହଙ୍କ ସହ ଯୁକ୍ତ ହୋଇ ଅବସ୍ଥାନ କରୁଅଛନ୍ତି। ମୋଟା ମୋଟି ଶରୀର ସୁସ୍ଥ ରହିବ। କିନ୍ତୁ ଇନଫେକ୍ଶନ ଜନିତ ରୋଗରେ ପୀଡା ଭୋଗ ହୋଇବ। ଥଣ୍ଡାର ପ୍ରଭାବରେ ଗଳା ଦରଜ, କାନ ବନ୍ଦ, କଫ ଆଦି ସମସ୍ଯା ଦେଖାଦେବ। ଅସୁରକ୍ଷିତ ଆହାର ଗ୍ରହଣରେ ଆଗ୍ରହ ଅଧିକ ହୋଇବ। ଫାଷ୍ଟ ଫୁଡ ଖାଦ୍ଯରେ ମନ ରହିବ। ଦେଶୀ ମାଂସ ଓ ମସଲା ଜାତୀୟ ଦ୍ରବ୍ୟରେ ଆଗ୍ରହ ଅଧିକ ରହିବ। କର୍ମ କ୍ଷେତ୍ରରେ ଶତ୍ରୁ ମାନେ ତୁମ ଉପରେ ପ୍ରଭାବ ବିସ୍ତାର କରିବେ। ଅର୍ଥର ବୁଦ୍ଧି ବଳରେ ସେମାନଙ୍କ ସହିତ ମୁକାବିଲା କରିବାକୁ ପଡିବ। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦଧିକାରୀ ମାନେ ଆପଣଙ୍କ କର୍ମରେ ପ୍ରଭାବିତ ହୋଇ ଉନ୍ନତି ପ୍ରଦାନ କରିବେ। ଶତ୍ରୁ ମାନେ ବିଜୟ ଲାଭ କରିବେ। ହଠାତ ଦକ୍ଷିଣ ଦିଗରୁ ଅର୍ଥ ଲାଭର ସମ୍ଭାବନା ରହିଛି। ପରିବାରରେ ସ୍ବାମୀଙ୍କର ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ବୁଦ୍ଧି ହୋଇବ। ମାତାଙ୍କର ସ୍ୱାସ୍ଥ୍ୟ ଗତ ଚିନ୍ତା ଓ ତାଙ୍କ ପାଇଁ ଅର୍ଥ ବ୍ୟୟ ହୋଇବ। ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ଅଧିକ କଷ୍ଟ କରିବାକୁ ପଡିବ। ବ୍ୟବସାୟରେ ହଠାତ କିଛି ଲାଭ ପାଇଲେ ମଧ୍ୟ କ୍ଷତିର ସମୁଖୀନ ହୋଇବେ। ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି ପାଇଁ ଚେଷ୍ଟା କରିବେ।

ଶୁଭ ଦିନ: ୧, ୨, ୩, ୫, ୭, ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧, ୨୦, ୨୧, ୨୨, ୨୩, ୨୬, ୨୭, ୨୮, ୩୦

TAURUSବୃଷ: ଚଳିତ ମାସରେ ଲଗ୍ନାଧିପତି ୧୨ଶ ଭାବରେ ମଙ୍ଗଳଙ୍କ ଗୃହରେ ଗୋଚର କରିବେ। ଥଣ୍ଡା, କଫ, ଶ୍ଵାସ ଆଦି ଥିବା ପୁରାତନ ରୋଗରେ କଷ୍ଟ ଭୋଗ ହୋଇବ। ମନରେ ଚୋରା ପ୍ରେମର ଭାବନା ଜାଗ୍ରତ ହୋଇବ। ମତ୍ସ୍ୟ ଆଦି ଖାଦ୍ଯରେ ଆଗ୍ରହ ବଢିବ। ଦକ୍ଷତା ଥିବା ଲୋକ ମାନଙ୍କ ଠାରୁ ଅର୍ଥ ଲାଭ ପାଇଁ ଚେଷ୍ଟା କରିବେ। ଆର୍ଥିକ ସଙ୍କଟର ସମୁଖୀନ ହେବାକୁ ପଡିପାରେ। ମନରେ ଅଭିଳାଷ ଥିବା କାର୍ଯ୍ୟରେ ସଫଳତା ହାସଲ କରିପାରିବେ। ମେ ମାସ ୧ ତାରିଖ ପରେ ଶରୀରରେ ରୋଗର ପରିମାଣ କମିବ। ମାଲି ମକଦ୍ଧମାରେ ବିଜୟ ଲାଭ ହୋଇବ। ଜୀବନରେ ଶାନ୍ତି ଅନୁଭବ କରିବେ। ପରିବାରରେ ଶାନ୍ତି ଅନୁଭବ ହୋଇବ। ସ୍ବାମୀଙ୍କର ସ୍ଵାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବେ। ଗୁପ୍ତ ବନ୍ଧୁଙ୍କ ଦ୍ଵାରା ବ୍ୟବସାୟରେ ଲାଭବାନ ହୋଇପାରିବେ। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଫିସର ଙ୍କର ସହାୟତାରେ ଉନ୍ନତି ଲାଭ ହୋଇବ। ବ୍ୟବସାୟ କ୍ଷେତ୍ରରେ ହଠାତ ଅର୍ଥ ହାନୀର ସମ୍ଭାବନା ରହିଛି। ଆଶା ନ ଥିବା ସ୍ଥାନରୁ ହଠାତ ବିପଦ ମାଡି ଆସିପାରେ। ଚକ୍ଷୁ ରୋଗରେ ସଂକ୍ରମିତ ହୋଇପାରନ୍ତି। ସେଥି ପାଇଁ ଡାକ୍ତରୀ ମୁଆଇନାର ଆବଶ୍ୟକତା ପଡିପାରେ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୧, ୩, ୪, ୫, ୬, ୧୩, ୧୪, ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୫, ୨୭, ୨୮, ୩୦

GEMINIମିଥୁନ: ଚଳିତ ମାସରେ ଲଗ୍ନାଧିପତି ବୁଧ ୯ ମ ଭାବରେ ମଙ୍ଗଳ ଓ ରାହୁଙ୍କ ସହିତ ଯୁକ୍ତ ହୋଇ ଅବସ୍ଥାନ କରିବେ। ମୋଟା ମୋଟି ଭାବରେ ସ୍ୱାସ୍ଥ୍ୟ ଠିକ ରହିବ। ଦୈନଦିନ ଜୀବନ ଚଳଣିରେ ସଂଯମତା ଅବଲମ୍ବନ ନ କଲେ ଥଣ୍ଡା, ଜ୍ଵର ଆଦି ସମସ୍ଯା ଦେଖା ଦେଇପାରେ। ପେଟ ଟଣା, ପେଟ ବିନ୍ଧାଭୋଗ କରିପାରନ୍ତି। ଆମିଷ ଦ୍ରବ୍ୟରେ ଆଗ୍ରହ ଅଧିକ ହୋଇବ। ରାତ୍ରିରେ ନିଦ୍ରାରେ ବ୍ୟାଘାତ ଦେଖାଦେଇପାରେ। ମନରେ ଭୟ ଦେଖାଦେବ। ଇଶ୍ଵରଙ୍କ ଉପରେ ବିଶ୍ବାସ ବଜାୟ ରହିବ। ସମ୍ପର୍କୀୟ ମାନେ ତୁମ ବିରୁଦ୍ଧରେ ଅପନିନ୍ଦା କରିପାରନ୍ତି। ଦକ୍ଷିଣ ଦିଗରୁ ଭାତୃ ବିବାଦର ସମ୍ଭାବନା ରହିଛି। ତେଣୁ ଗୃହରେ ବିଭିନ୍ନ କାରଣକୁ ନେଇ ବିବାଦ ଉପୁଜିବ। ବନ୍ଧୁ ମାନଙ୍କ ସହ ମନୋମାଳିନ୍ୟ ହୋଇବ। ପରିବାରର ଅନ୍ୟ ସଦସ୍ୟଙ୍କର ହସ୍ତକ୍ଷେପ ଦ୍ଵାରା ସମାଧାନ ହୋଇବ। ଚାକିରୀ କ୍ଷେତ୍ରରେ ଶାନ୍ତିର ସହ କାର୍ଯ୍ୟ ସମ୍ପାଦନ କରିପାରିଲେ ସମ୍ମାନିତ ହେବାର ଆଶା କରାଯାଉଅଛି। ସ୍ତାନନ୍ତରଣ ମଧ୍ୟ ହୋଇପାରନ୍ତି। ବ୍ୟବସାୟରେ ସ୍ଥିତି ସାମାନ୍ୟ ରହିଛି। ଚୋର, ଠକଙ୍କ ଦ୍ଵାରା ଅର୍ଥ ହାନୀର ସମ୍ଭାବନା ରହିଛି। ମହିଳାମାନେ ଚିନ୍ତିତ ରହିବେ। ବିଦ୍ୟାର୍ଥୀମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୨, ୬, ୭, ୮, ୯, ୧୫, ୧୬, ୧୭, ୧୮, ୨୨, ୨୪, ୨୫, ୨୬

Cancerକର୍କଟ: ଚଳିତ ମାସରେ ଲଗ୍ନାଧିପତି ଚନ୍ଦ୍ର ୩ୟ ଭାବ କନ୍ୟା ରାଶିରେ ଅବସ୍ଥାନ କରୁଅଛନ୍ତି। ମୋଟାମୋଟି ଭାବେ ସ୍ୱାସ୍ଥ୍ୟ ଠିକ ରହିବ। ସବୁ ସମୟରେ କାର୍ଯ୍ୟର ଚାପ ମଧ୍ୟରେ ଗତି କରିବାକୁ ପଡିବ। ପରିବାରର ଦାୟୀତ୍ଵ ଓ ଚିନ୍ତାରେ ମଗ୍ନ ରହିବେ। ଭାଇଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଅସୁବିଧାର ସମୁଖୀନ ହେବାକୁ ପଡିପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହୋଇବ। ସାହାଯ୍ୟ ଓ ସହଯୋଗରେ ଆନନ୍ଦିତ ହୋଇ କର୍ମରେ ଅଗ୍ରସର ହୋଇବେ। ମାଲି ମକଦ୍ଧମାରେ ବିଜୟ ଲାଭ କରିବେ। ଶତ୍ରୁ ମାନଙ୍କ ଉପରେ ଜୟ ଲାଭ କରିବେ। ନିରୋଗୀ ଶରୀର ଓ ଆରୋଗ୍ୟ ଅନୁଭବ କରିବେ। ସନ୍ତାନ ପାଇଁ ସମାଜରେ ସମ୍ମାନିତ ହୋଇବେ। ଗୃହର ସ୍ତ୍ରୀ ଲୋକମାନେ ଆନନ୍ଦିତ ରହିବେ। ପରିବାରରେ ଶାନ୍ତି ବଜାୟ ରହିବ। ଚାକିରୀ କ୍ଷେତ୍ରରେ ଦକ୍ଷତା ବଳରେ ସଫଳତା ପାଇପାରିବେ। ଗୁପ୍ତ ଶତ୍ରୁ ହଇରାଣରେ ପକାଇପାରନ୍ତି। ଉତ୍ତର ଦିଗରୁ ଖୁସି ଖବର ପାଇ ଖୁସି ହୋଇବେ। ଶରୀରରେ ରକ୍ତ ଚାପ ଜନିତ ସମସ୍ଯା ଦେଖାଦେଇପାରେ। ବ୍ୟବସାୟରେ ଉତ୍ତର ଦିଗରୁ ଲାଭ ପାଇପାରନ୍ତି। ମହିଳାମାନେ ଆନନ୍ଦିତ ହୋଇ ଦେବ କାର୍ଯ୍ୟରେ ମନ ଲଗାଇବେ। ବିଦ୍ୟାର୍ଥୀ ମାନେ ଖେଳ କୁଦରେ ମନ ଦେବେ।

ଶୁଭ ଦିନ: ୧, ୨, ୩, ୫, ୮, ୯, ୧୧, ୧୨, ୧୮, ୧୯, ୨୦, ୨୧, ୨, ୨୫, ୨୬, ୨୭, ୨୮, ୩୦

Leoସିଂହ: ଚଳିତ ମାସରେ ଲଗ୍ନାଧିପତି ରବି ୮ ମ ଭାବରେ ଗୋଚର କରିବେ। ରବି ଶନିଙ୍କ ସହିତ ଯୁକ୍ତ ହୋଇ ଥିବାରୁ ପାରିବାରିକ ଅଶାନ୍ତି, ମାନସିକ ଉତ୍ତେଜନା ଦେଖାଦବ। ମନ ଦୁର୍ବଳ ରହିବ। କର୍ମ କ୍ଷେତ୍ରରେ ଆଗ୍ରହ କମିବ। ଶରୀର ଅସୁସ୍ଥ ଅନୁଭବ କରିବେ। ମନରେ ବହୁ ଭୟ ଓ ଆଶଙ୍କା ଦେଖାଦେବ। ପୁତ୍ର ସନ୍ତାନର କାର୍ଯ୍ୟରେ ଖୁସି ହୋଇବେ। ଆତ୍ମ ଅଭିମାନ ଭାବ ବୃଦ୍ଧି ପାଇବ। ଅନ୍ୟ ମାନଙ୍କ ଠାରୁ ସମ୍ମାନ ଆଶା କରିବେ। ସମ୍ମାନ ଲାଭ ହୋଇବ। ପରିବାରରେ ସ୍ତ୍ରୀଙ୍କ ସହ କଳହ, ଅଶାନ୍ତି , ମତାନ୍ତର ଦେଖାଦେଇପାରେ। ଉଭୟ କିଛି ସମୟ ପାଇଁ ଅଲଗା ରହିପାରନ୍ତି। ପରିବାରରେ ଆର୍ଥିକ ସ୍ଵଛଳତା ରହିବ। ନୂତନ ଗୃହ ନିର୍ମାଣ ବା ଭୂମି କିଣିବାର ସୁଯୋଗ ଲାଭ ହୋଇପାରେ। ରକ୍ତଚାପ ଜନିତ ସମସ୍ଯା ଦେଖାଦେଇପାରେ। କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହ ମତ ଭେଦ ଦେଖାଦେବା ସତ୍ବେ ଚାକିରୀ କ୍ଷେତ୍ରରେ ପ୍ରଶଂସା ଓ ପଦୋନ୍ନତି ଲାଭ ହୋଇବ। ବ୍ୟବସାୟ କ୍ଷେତ୍ରରେ ବଚସା ହୋଇପାରେ। ଠକାମିରେ ପଶି ପାରନ୍ତି ତଥାପି ଆର୍ଥିକ ଲାଭ ହୋଇବ। ବ୍ୟବସାୟରେ ଅଧିକ ପରିଶ୍ରମ ଦ୍ଵାରା ଫଳ ଲାଭ ହୋଇବ। ପିତା ବା ପିତୃ ଶ୍ରେଣୀୟ ବ୍ୟକ୍ତିଙ୍କ ପାଇଁ ମାନସିକ ଅଶାନ୍ତି ଭୋଗ କରିବେ। ଆପଣଙ୍କ ଉପରେ ମିଥ୍ୟା ଅପବାଦ ଲାଗିପାରେ। ମହିଳା ମାନେ ଉନ୍ନତି ପାଇଁ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ପରିଶ୍ରମର ଫଳ କମ ପାଇବେ।

ଶୁଭ ଦିନ: ୧, ୩, ୫, ୬, ୭, ୧୧, ୧୨, ୧୩, ୧୪, ୧୮, ୧୯, ୨୦, ୨୧, ୨୨, ୨୩, ୨୬, ୨୭, ୨୮, ୩୦

Virgoକନ୍ୟା: ଚଳିତ ମାସରେ ଲଗ୍ନାଧିପତି ବୁଧ, ମଙ୍ଗଳ ଓ ରାହୁଙ୍କ ସହିତ ଯୁକ୍ତ ହୋଇ ନିଚ୍ଚସ୍ଥ ଭାବରେ ଗୋଚର କରିବେ। ବୁଧ ରିପୁ ସ୍ଥାନରେ ଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତଥାନ ପତନ ଦେଖାଦେବ। ଶରୀରରେ ପୀତାଧିକ ସମସ୍ଯା ଦେଖାଦେଇପାରେ। ପେଟ ଗ୍ଯାସ, ପେଟରେ ନାଳ ଦୋଷ, ମୁଣ୍ଡ ବିନ୍ଧା ଆଦି ଛୋଟ ମୋଟ ପୀଡା ବ୍ୟସ୍ତ କରିବ। କର୍ମ ଦିଗରେ ବାଧା ବିଘ୍ନ ଦେଖାଦେବ। ଠକାମିର ଶିକାର ହୋଇ ପାରନ୍ତି। ଭାଇ ଭଉଣୀଙ୍କ ପ୍ରତି ବିରକ୍ତି ଭାବ ପ୍ରକାଶ ପାଇବ। ପରିବାରରେ ଭୂମି, ଜମିକୁ ନେଇ ମନ୍ତ୍ରଣାର ଶିକାର ହୋଇବେ। ପରିବାରରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ। ପରସ୍ପରକୁ ନେଇ ଚଳିବାକୁ ଚେଷ୍ଟା କରିବା ଉଚିତ। ସନ୍ତାନ ମାନଙ୍କର ପଢାପଢି ପାଇଁ ଅର୍ଥ ବ୍ୟୟ ହୋଇବ। କର୍ମ କ୍ଷେତ୍ରରେ ମାସର ଶେଷ ଭାଗକୁ କର୍ମରୁ ବିଚ୍ୟୁତି ହେବାର ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରେ ଅଫିସରଙ୍କର କ୍ରୋଧର ଶିକାର ହୋଇ ପାରନ୍ତି। ମାସର ଆରମ୍ଭରୁ ସୌଭାଗ୍ୟ ବୃଦ୍ଧି ହୋଇବ। ଅର୍ଥ ଲାଭର ଯୋଗ ରହିଛି। ନୂତନ ମିତ୍ରତା ସ୍ଥାପନ ହୋଇପାରେ। ନାରୀ ମାନଙ୍କ ଠକାମିର ଶିକାର ହୋଇ ପାରନ୍ତି। ଜିଦ ଖୋର ସ୍ଵଭାବ ତ୍ୟାଗ ନ କଲେ ସମସ୍ୟାରେ ପଡି ହଇରାଣ ହରକତ ହୋଇ ପାରନ୍ତି। ଦୂର ଦେଶକୁ ଯାତ୍ରା କଲେ ବିପଦର ସମୁଖୀନ ହୋଇ ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରିବେ। ମହିଳାମାନେ ପାରିବାରିକ ଜୀବନରେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ଅର୍ଜନ୍ନ କରିବେ।

ଶୁଭ ଦିନ: ୧, ୨, ୬, ୭, ୮, ୯, ୧୩, ୧୪, ୧୫, ୧୬, ୧୭, ୧୯, ୨, ୨୧, ୨୨, ୨୩, ୨୪, ୨୫, ୨୭, ୨୮, ୩୦

Libraତୁଳା: ଚଳିତ ମାସ ଆରମ୍ଭ ସମୟରେ ଲଗ୍ନାଧିପତି ଶୁକ୍ର ମଙ୍ଗଳଙ୍କ ଗୃହରେ ମେଷ ରାଶିରେ ଗୋଚର କରିବେ। ସ୍ୱାସ୍ଥ୍ୟ ଠିକ ରହିବ। ନିଜକୁ ସୁସ୍ଥ ମନେ କରିବେ। ମନର ଚଞ୍ଚଳତା ବୃଦ୍ଧି ପାଇବ। ଶରୀରରେ ପେଟ ଯନ୍ତ୍ରଣା ଅନୁଭବ କରିବେ। ରାଗ ମସଲା ଖାଦ୍ଯରେ ଆଗ୍ରହ ବଳିବ। ଦୈନଦିନ କର୍ମରେ ପିତୃ ଶ୍ରେଣୀୟ ଲୋକ ଅସନ୍ତୁଷ୍ଟ ହୋଇବେ ନାହିଁ। ପଛରେ ଅପଯଶ ଦେଇପାରନ୍ତି। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପରିବାରରେ ବିବାଦ ଉତ୍ପନ୍ନ ହୋଇପାରେ। ମହିଳା ମାନଙ୍କର ମାସିକ ଋତୁରେ ଅନିୟମିତତା ଦେଖାଦେଇପାରେ। ସ୍ଵାମୀ ସ୍ତ୍ରୀଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି। ଶତ୍ରୁ ମାନେ ଜୟ ଲାଭ କରିବେ। କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଖର୍ଚ୍ଚର ଭାର ବୃଦ୍ଧି ହୋଇବ। ଚାକିରୀ କ୍ଷେତ୍ରରେ ଉନ୍ନତିର ସୂଚନା ରହିଛି। ଲାଭ ଆଶାରେ ବୃଥା ପରିଶ୍ରମ କରି ନିରାଶ ହେବାକୁ ପଡିପାରେ। ଜମି, ଭୂମି, ଗୃହକୁ ନେଇ ଆପଣଙ୍କ ପଛରେ ଷଡଯନ୍ତ୍ର ହୋଇପାରେ। ବ୍ୟବସାୟରେ ଦକ୍ଷିଣ ଦିଗରୁ ଲାଭ ପାଇ ପାରନ୍ତି। ଦୂର ଭ୍ରମଣରେ ଅର୍ଥ ବ୍ୟୟ ହୋଇବ। ଇଶ୍ଵରଙ୍କ ଉପରେ ଭରସା କରି ଆଗକୁ ବଢିଲେ ବିପଦରୁ ରକ୍ଷା ପାଇପାରିବେ। ସନ୍ତାନ ମାନଙ୍କ ପାଇଁ ମାନସିକ ସୁଖ ଲାଭ କରିପାରିବେ। କୌଣସି ଏକ ପୁରୁଣା କାର୍ଯ୍ୟରେ ସଫଳତା ପାଇପାରିବେ। ମହିଳା ମାନେ ଶତ୍ରୁ ଭୟ କୁ ନେଇ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ମାନେ ଆତ୍ମ ବିଶ୍ବାସର ସହ ଆଗକୁ ବଢିବେ।

ଶୁଭ ଦିନ: ୨, ୩, ୫, ୮, ୯, ୧୧, ୧୨, ୧୫, ୧୬, ୧୭, ୧୮, ୨୨, ୨୩, ୨୪, ୨୫, ୨୬

Scorpioବିଛା: ଚଳିତ ମାସରେ ଲଗ୍ନାଧିପତି ମଙ୍ଗଳ ପାପ ଗ୍ରହ ଯୁକ୍ତ ହୋଇ କୁମ୍ଭ ରାଶିରେ ଗୋଚର କରିବେ। ମନ ବିଚଳିତ ହୋଇବ। ଥଣ୍ଡା, କାଶ, ପେଟ ଜନିତ ସମସ୍ଯା ଦେଖା ଦେଇପାରେ। ବିଭିନ୍ନ କାର୍ଯ୍ୟକୁ ପୂରଣ କରିବାକୁ ଇଚ୍ଛା ପ୍ରକାଶ କରିବେ। କୌଣସି ଗୋଟିଏ କାର୍ଯ୍ୟ ପୂରଣ କରିବା ସମ୍ଭବ ହୋଇବ ନାହିଁ। ସମାଜରେ ସମ୍ମାନ ଲାଭ ହୋଇବ। ପରିବାରରେ ନିଜର ବୁଦ୍ଧି ଓ ଚତୁରତା ଯୋଗୁ ସମସ୍ତଙ୍କର ମନ ନେଇ ଚଳିପାରିବେ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶାନ୍ତି ରହିବ। ପରିବାରରେ ଆତ୍ମ ସମ୍ମାନ ବୃଦ୍ଧି ପାଇବ। ମୁଣ୍ଡ ବିନ୍ଧାରେ କଷ୍ଟ ଭୋଗ କରିପାରନ୍ତି। ଗୃହ ନିର୍ମାଣ ଓ ଭୂମି କିଣିବା ପାଇଁ ଚେଷ୍ଟା କରିବେ। ଆମିଷ ଭୋଜନରେ ଆଗ୍ରହ ବଢିବ। କୌଣସି ଏକ କାର୍ଯ୍ୟକୁ ପୂରଣ କରିବାର ବହୁ ଦିନର ଅଭିଳାଷ ପୂରଣ ହୋଇବ। ପୁତ୍ରର ଉନ୍ନତି ଦେଖି ଖୁସି ହୋଇବେ। ନିଜ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମ କ୍ଷେତ୍ରରେ କର୍ମର ଚାପ ଅଧିକ ରହିବ। ଚାକିରୀ କ୍ଷେତ୍ରରେ ଉନ୍ନତିର ବହୁ ମାର୍ଗ ପ୍ରଶସ୍ଥ ହୋଇବ। ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ଦ୍ଵାରା ସଫଳତା ଲାଭ କରିପାରିବେ। ଗୃହରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କେତେକ କଥାକୁ ନେଇ ମାସର ଶେଷ ପର୍ଯ୍ୟାୟରେ ମତାନ୍ତର ଦେଖା ଦେଇପାରେ। ପରିବାରରେ ଭାଇ ମାନଙ୍କ ସହ ଶତ୍ରୁତା ଦେଖା ଦେଇପାରେ। କ୍ଯାରିୟର ଗଠନ କରିବା ପାଇଁ ଚେଷ୍ଟା କରିବେ ଓ ସଫଳ ହୋଇବେ। ମହିଳା ମାନେ ପରିବାରର କଥାକୁ ନେଇ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ମାନେ ଚେଷ୍ଟା ବଳରେ ସଫଳତା ହାସଲ କରିବେ।

ଶୁଭ ଦିନ: ୧, ୨, ୩, ୬, ୭, ୧୧, ୧୨, ୧୩, ୧୪, ୧୮, ୧୯, ୨୦, ୨୧, ୨୨, ୨୪, ୨୫, ୨୬, ୨୭, ୨୮, ୩୦

Sagittariusଧନୁ: ଚଳିତ ମାସରେ ଦେବ ଗୁରୁ ବୃହସ୍ପତି ପୂର୍ବବତ ମିଥୁନ ରାଶିରେ ଥାଇ ଲଗ୍ନକୁ ଦ୍ରୁଷ୍ଟି କରିବେ। ମାସ ସାରା ଶରୀର ଠିକ ରହିବ। ପରିବାରର ଆର୍ଥିକ ଚିନ୍ତା ବ୍ୟସ୍ତ କରିବ। ଦୁଷ୍ଟ ଲୋକଙ୍କର କବଳରେ ରହି ହନ୍ତ ସନ୍ତ ହୋଇବେ। ମନରେ କଷ୍ଟ ଥିଲେ ମଧ୍ୟ ପ୍ରକାଶ କରିବା ସମ୍ଭବ ହୋଇବ ନାହିଁ। ପରିବାରରେ ଗଣ୍ଡ ଗୋଳ ହୋଇବ। ମାନସିକ ଅଶାନ୍ତି ଭୋଗ କରିବେ। ପୁରାତନ ବନ୍ଧୁ ମାନଙ୍କ ସହ ଯୋଗାଯୋଗ ଦ୍ଵାରା ଲାଭବାନ ହୋଇପାରିବେ। ଶତ୍ରୁ ମାନଙ୍କ ସହ ଶତ୍ରୁତା ସମାଧାନର ବାଟ ପ୍ରଶସ୍ଥ ହୋଇବ। ପରିବାରରେ ସମସ୍ତଙ୍କ ନଜରରେ ତୁମ ପ୍ରତି ଅସମ୍ମାନ ଓ ନ୍ୟୁନତା ଦେଖାଦେବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବାହାର ଲୋକକୁ ନେଇ କଳହ ଉତ୍ପନ୍ନ ହୋଇବ। ପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବେ। ଡାକ୍ତରୀ ଚିକିସ୍ରାର ଆବଶ୍ୟକତା ହୋଇବ। ଦୂର ସ୍ଥାନକୁ ଯାତ୍ରା କରି ବିଫଳ ହୋଇବେ। ଚାକିରୀ କ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇବେ। ଅଯଥା ଅପବାଦ ଶୁଣିବାକୁ ପଡିବ। ଅପମାନିତ ହୋଇବେ। ବ୍ୟବସାୟରେ ବୁଦ୍ଧି ବଳରେ ଅର୍ଥ ଉପାର୍ଜନ କରି ପାରିବେ। ଉତ୍ତର ଦିଗରୁ କିଛି ଅର୍ଥ ଲାଭ ହୋଇପାରେ। ମହିଳାମାନେ ସୁଖୀ ହେବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୧, ୨, ୩, ୪, ୫, ୬, ୭, ୮, ୯, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୧, ୨୨, ୨୩, ୨୬, ୨୭, ୨୮, ୩୦

CAPRICORNମକର: ଚଳିତ ମାସରେ ଲଗ୍ନାଧିପତି ଶନି ରବିଙ୍କ ସହ ଯୁକ୍ତ ହୋଇ ମୀନ ରାଶିରେ ଗୋଚର କରୁଅଛନ୍ତି। ସ୍ୱାସ୍ଥ୍ୟ ଠିକ ରହିବ। ଛୋଟ ମୋଟ ଥଣ୍ଡା ଜନିତ ସମସ୍ଯା ଦେଖାଦେଇ ପାରେ। ପୁରାତନ ସ୍ୱାସ୍ଥ୍ୟ ଗତ ସମସ୍ଯା ଧୀରେ ଧୀରେ କମିବ। ନିଜର ଆତ୍ମ ବଳ ବୃଦ୍ଧି ପାଇବ। ସମାଜରେ ସମ୍ମାନ ବୃଦ୍ଧି ହୋଇବ। ଆତ୍ମ ସନ୍ତୋଷ ଲାଭ କରିବେ। ପରିବାରରେ ଭାଇ ଭଉଣୀ ମାନଙ୍କର ସହଯୋଗ ଲାଭ କରିବେ। ନିଜର ଭବିଷ୍ୟତ ପାଇଁ ସଜାଗ ରହିବେ। ବିଭିନ୍ନ ମାର୍ଗ ଦେଇ ଅର୍ଥ ବ୍ୟୟ ହୋଇବ। ବନ୍ଧୁ ସହଯୋଗ ଲାଭ କରିବେ। ପ୍ରେମ ବ୍ୟାପାରରେ ଥିଲେ ଅପବାଦ ଭୋଗ କରିବେ। ଆର୍ଥିକ ଲାଭ କମ ହୋଇବ। ମାସର ଅର୍ଦ୍ଧ ଭାଗ ପରେ ସ୍ଥିତିରେ ଉନ୍ନତି ହୋଇବ। ମାଲି ମକଦ୍ଧମାରେ ଶତ୍ରୁକୁ ପରାଜିତ କରି ବିଜୟ ଲାଭ କରିବେ। ଆତ୍ମିକ ପ୍ରସନ୍ନତା ଲାଭ ହୋଇବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ସନ୍ତାନ ମାନଙ୍କ ଠାରୁ ପ୍ରଶଂସା ଲାଭ ହୋଇବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଲାଭ ହୋଇବ। ଚାକିରୀ କ୍ଷେତ୍ରରେ କର୍ମରେ ବିଳମ୍ବ ଯୋଗୁ ସମସ୍ଯା ଦେଖାଦେଇପାରେ। କର୍ମ ଦକ୍ଷତା ଯୋଗୁ ସମସ୍ୟାର ସମାଧାନ କରିପାରିବେ। ବ୍ୟବସାୟରେ ନିଷ୍ଠା ରଖି କାର୍ଯ୍ୟ କଲେ ସଫଳତା ଲାଭ ହୋଇବ। ବ୍ୟବସାୟରେ ଉତ୍ତର ଦିଗରୁ ଅର୍ଥ ଲାଭ ହୋଇବ। ମହିଳା ମାନେ ଆନନ୍ଦିତ ହୋଇ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୧, ୩, ୫, ୭, ୮, ୯, ୧୧, ୧୨, ୧୫, ୧୬, ୧୭, ୧୯, ୨୦, ୨୧, ୨୩, ୨୪, ୨୫, ୨୭, ୨୮, ୨୯, ୩୦

AQUARIUSକୁମ୍ଭ: ଚଳିତ ମାସରେ ଲଗ୍ନାଧିପତି ୨ ୟ ଭାବରେ ରବିଙ୍କ ସହ ଯୁକ୍ତ ହୋଇ ଗୋଚର କରୁ ଅଛନ୍ତି। ଲଗ୍ନରେ ମଙ୍ଗଳ, ରାହୁ, ବୁଧ ଏକତ୍ରିତ ହୋଇ ଗୋଚର କରିବେ। ସ୍ୱାସ୍ଥ୍ୟ ଠିକ ରହିବ। ମନରେ ବହୁ ପ୍ରକାରର କୁ ସଂସ୍କାର ପ୍ରବେଶ କରୁଥିବାରୁ ଭୁଲ ଠିକ କର୍ମ ସ୍ଥିର କରିବା କଷ୍ଟ କର ହୋଇବ। ସତ ବାକ୍ୟ କହିବେ। ଧର୍ମକୁ ବିଶ୍ବାସ କରିବାର ଇଚ୍ଛା ପ୍ରକାଶ ପାଇବ। ପିତୃ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ। ସ୍ତ୍ରୀ ପ୍ରତି ଶାସନ କରିବାର ଭାବ ପ୍ରକାଶ ପାଇବ। କର୍ମ କ୍ଷେତ୍ରରେ ଆର୍ଥିକ ଲାଭ ହୋଇବ। ସମାଜରେ ରାଜନୀତି କ୍ଷେତ୍ରରେ ବକ୍ତବ୍ୟ ଦେଇ ପ୍ରଶଂସା ଲାଭ କରିବେ। ହଠାତ କୌଣସି ଦ୍ରବ୍ୟ ଲାଭ ହୋଇବ। ବନ୍ଧୁଙ୍କର କୁ ଚକ୍ରାନ୍ତର ଶିକାର ହୋଇ ପାରନ୍ତି। ଥଣ୍ଡା ଜ୍ବରରେ କଷ୍ଟ ପାଇବାର ସମ୍ଭାବନା ରହିଛି। ଚଳିତ ମାସରେ ଧର୍ମ କାର୍ଯ୍ୟରେ ମନ ବଳିବ। ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇବ। ମନୋବଳ ବୃଦ୍ଧି ହୋଇବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଚେଷ୍ଟା କରିବେ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ଲାଭ ହୋଇବ। ପୁତ୍ର ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଉଚ୍ଚ ସ୍ତରୀୟ କାର୍ଯ୍ୟ ପୂରଣ ହୋଇବ। ମହିଳାମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୬, ୭, ୮, ୯, ୧୧, ୧୨, ୧୩, ୧୪, ୧୮, ୨୨, ୨୩, ୨୪, ୨୫, ୨୬

PISCESମୀନ: ଚଳିତ ମାସରେ ରବି ଶନି ଲଗ୍ନରେ ଗୋଚର କରିବେ। ଶନି ସାଢେ ସାତିର ଅଶୁଭ ସମୟ ଚାଲୁ ଥିବାରୁ ମାନସିକ କଷ୍ଟ ଭୋଗ ହୋଇବ। ସ୍ୱାସ୍ଥ୍ୟ ଅସୁସ୍ଥ ରହିବ। ଶାରୀରିକ କଷ୍ଟ ଭୋଗ ହୋଇବ। ସ୍ତ୍ରୀର ସହଯୋଗରେ ଆର୍ଥିକ ଅସୁବିଧାର ସମାଧାନ ହୋଇବ। ଶରୀରରେ ଯନ୍ତ୍ରଣା ଅନୁଭବ କରିବେ। ବ୍ୟର୍ଥରେ ସମୟ ନଷ୍ଟ ହୋଇବ। ପରିବାରରେ ଅଶାନ୍ତି ଦେଖା ଦେବ। ବିଭିନ୍ନ ମାର୍ଗରେ ଅର୍ଥ ବ୍ୟୟ ହୋଇବ। ଶ୍ଵଶୁର ଘର ଲୋକଙ୍କ ସହ ମତାନ୍ତର ହୋଇବ। ମନରେ ଥିବା ଅଭିଳାଷ ମନରେ ରହିଯିବ। ପୂର୍ଣ୍ଣ ହୋଇ ପାରିବ ନାହିଁ। ଜୀବନରେ ବୈରାଗ୍ୟ ଭାବ ପ୍ରାଧାନ୍ୟ ବିସ୍ତାର କରିବ। ନିଃସଙ୍ଗ ରହିବାକୁ ଇଚ୍ଛା ପ୍ରକାଶ କରିବେ। ଶରୀରରେ ଯୌନ ବ୍ୟାଧି ଦେଖା ଦେଇପାରେ। ମାନସିକ କଷ୍ଟ ବୃଦ୍ଧି ପାଇବ। ଚାକିରୀ କ୍ଷେତ୍ରରେ ସମ୍ମାନ ହାନୀ ହୋଇବ। ସହାନୁଭୁତି ପ୍ରଦାନ କରିବେ। ସ୍ତ୍ରୀ ଶତୃଙ୍କ ସହ ମିଶି ମନ୍ତ୍ରଣା କରିବେ। ପାରିବାରିକ ଅଶାନ୍ତି ବଢିବ। ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ ଆବଶ୍ୟକ ହୋଇବ। ସମାଜରେ ମାନ ସମ୍ମାନ ହାନୀ ହୋଇବ। ଅପବାଦ ଶୁଣିବାକୁ ପଡିପାରେ। ଶତ୍ରୁ ମାନଙ୍କର ପ୍ରଭାବ ପଡିବ। ସ୍ୱାସ୍ଥ୍ୟ ପାଇଁ ଅର୍ଥ ହାନୀର ସମ୍ଭାବନା ରହିଛି। ମହିଳା ମାନେ ଆର୍ଥିକ ଚିନ୍ତାରେ ମଗ୍ନ ରହିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି ପାଇଁ ଚେଷ୍ଟା କରିବେ।

ଶୁଭ ଦିନ: ୧, ୨, ୮, ୯, ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୧, ୨୪, ୨୫, ୨୬, ୨୭, ୨୮, ୩୦